ଭୁଜାଲି ଦେଖାଇ ଟ୍ରାକ୍ଟର ନେଇଯିବା ଘଟଣା ଟ୍ରାକ୍ଟରକୁ ଜବଦ କରିପାରୁନି ପୁଲିସ

ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ସମଣା ବାଲିଘାଟରୁ ବେ ଆଇନି ଭାବେ ଗତ କିଛିଦିନ ହେଲା ଦିନରାତି ବାଲି ଉତ୍ତୋଳନ ଓ ପରିବହନ ହୋଇ ଆସୁଛି । ଅନେକ ବାଲି ମାଫିଆ ଦୈନିକ ଶହଶହ ଟ୍ରାକ୍ଟର ବାଲି ଉତ୍ତୋଳନ କରି ବିଭିନ୍ନ ଛକରେ ଗଚ୍ଛିତ କରିବା ସହିତ ତାକୁ ବାହାରକୁ ଚାଲାଣ କରୁଛନ୍ତି । ଗତ ୨୪ତାରିଖ ଦିନ ଗ୍ରାମର କିଛି ଯୁବକ ଗୋଟିଏ ବେ ଆଇନି ବାଲିବୋଝେଇ ଟ୍ରାକ୍ଟରକୁ ଅଟକାଇ ପୁଲିସକୁ ସୁଚନା ଦେଇଥିଲେ । କିନ୍ତୁ ପୁଲିସ ପହଞ୍ଚିବାରେ ବିଳମ୍ବ ହେବାରୁ କିଛି ବାଲି ମାଫିଆ ଓ ସେମାନଙ୍କ ସମର୍ଥକ ମାନେ ସେଠାରେ ପହଞ୍ଚି ଗାଡିକୁ ଅଟକ ରଖିଥିବା ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହିତ ଖଣ୍ଡା ଓ ଭୁଜାଲି ଧରି ସମସ୍ତଙ୍କୁ ଗୋଡାଇଥିଲେ । ଜୀବନ ଭୟରେ ଗ୍ରାମବାସୀମାନେ ଛତ୍ରଭଙ୍ଗ ଦେବାପରେ ବାଲିବୋଝେଇ ଟ୍ରାକ୍ଟର ଟିକୁ ନେଇ ପଳାଇଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ନନ୍ଦିପଦା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ସମଣା ଗ୍ରାମର ଆଲୋକ ସା, ସତ୍ୟପ୍ର୍ରକାଶ ମାଝୀ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ସମଣା ଗ୍ରାମର ତିନିଜଣଙ୍କୁ ଥାନାକୁ ଡାକି ପଚରା ଉଚୁରା କରୁଥିବାବେଳେ ଛାଡାଇ ନେଇଥିବା ଟ୍ରାକ୍ଟରଟିକୁ ଜବଦ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିିଛି । ତୁରନ୍ତ ଟ୍ରାକ୍ଟରକୁ ଜବଦ କରିବାକୁ ସମଣା ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ