ଅସହାୟଙ୍କ ପାଖରେ ପହଞ୍ଚିଲେ ସ୍ୱଚ୍ଛୋସେବୀ

ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଗଣମାଧ୍ୟମରେ ବାହାରିପୁର ଅସହାୟ ୫ଛୁଆଙ୍କ ବାବଦରେ ଖବର ପ୍ରକାଶ ପାଇବାପରେ ସ୍ୱେଚ୍ଛାସେବୀ ସଂଗଠନ ଅସହାୟଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇଛି । ମା’ଛାଡି ଚାଲିଗଲା ଆରପାରିକୁ । ବାପ ହରିନାଥ ଯେନା ପରିବାର ଚଳାଇବା ପାଇଁ ଦାଦନ ଖଟିବାକୁ ୮ମାସ ହେଲା ଯାଇଛନ୍ତି ଯେ ତାଙ୍କର କୌଣସି ଖୋଜଖବର ନାହିଁ । ଏପରିସ୍ଥିତିରେ ବିଚରା ୫ଜଣ ଛୁଆ ଦୁଖଃକଷ୍ଟରେ ଚଳୁଥିବା ବିଷୟରେ ଜାଣିବାପରେ ସର୍ବଫର ପିପୁଲର ସଦସ୍ୟ ଚନ୍ଦ୍ରମୌଳି ମହାନ୍ତି, ପ୍ରୀତିରଞ୍ଜନ ଦ୍ୱିବେଦୀ, କିଶୋର ସିଂ, ଶେଷ ରଞ୍ଜନ ଜେନା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଛୋଟ ଛୋଟ ଛୁଆଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚାଉଳ, ଡାଲି, ତେଲ, ସାବୁନ, ବିସ୍କୁଟ, ଚିନି, ମୁଢ଼ି ଓ ରେସନ ସାମଗ୍ରୀ ପ୍ରଦାନ କରିବା ସହିତ ଆଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ଏପରିକି ବଡ ଝିଅର ବିବାହ ବୟସ ହୋଇଯାଇଥିବାରୁ ହରିନାଥ ଯେନାଙ୍କ ବଡଭାଇଙ୍କ ସହ ଆଲୋଚନା କରି ଝିଅର ବିବାହ ଠିକ କଲେ ବିବାହର ସମସ୍ତ ଖର୍ଚ୍ଚ ସର୍ଭଫର ପିପୁଲ ବହନ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ