ପୋଲିସ ଏ.ଏସ.ଆଇଙ୍କ ଦାଦାଗିରୀରେ ଲୋକେ ଆତଙ୍କିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ରବିବାର ସନ୍ଧ୍ୟାରେ ଗୋବରୀ କେନାଲବନ୍ଧର ସାନ୍ତସାହି ଠାରୁ କାକଟଲକ ପର୍ଯ୍ୟନ୍ତ ସହରରେ କରୋନା ଜନିତ ସଟଡାଉନ ଜାରିଥିବା ସମୟରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଜନୈକ ପୋଲିସ ଏ.ଏସ.ଆଇ.ନିଶାଖାଇ ସେହି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ହୋଇଛି । ଏଭଳିକି ମୀରପାଟଣା -କାକଟଛକ ନିକଟରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ନର୍ଦ୍ଧୁମ ପିଟିବା ସହ ଫକିରାବାଦ ପୋଲ ନିକଟରେ ପ୍ରାୟ ୮/୧୦ଟି ବାଇକକୁ ବାଡେଇଥିବା ମଧ୍ୟ ଅଭିଯୋଗ ହୋଇଛି । କିଛି ସମୟପରେ ସଂପୃକ୍ତ ଏ.ଏସ.ଆଇ ଜଣକ ନିଶାର ପ୍ରଭାବରେ ତଳେ ପଡିଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯିବା ପରେ ରାତିରେ ଥାନାରେ ଅଟକ ରଖାଯାଇଥିଲା । ଆଜି ସକାଳେ ତାଙ୍କୁ ଥାନାରୁ ଛାଡିଦିଆଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ