ଦୁହୁରିଆ ପୁଜ୍ୟପୂଜା ସଂସଦ ପକ୍ଷରୁ ବିଜୟ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : ଦୁହୁରିଆ ପୂଜ୍ୟପୂଜା ସଂସଦ ପକ୍ଷରୁ ଚଳଚିତ୍ର ଜଗତର ବର୍ଷିଆନ ମହାନାୟକ ବିଜୟ ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିସଭା ସଂସଦର ସଭାପତି ତଥା ବିଜୟଙ୍କ ବାଲ୍ୟବନ୍ଧୁ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ଗୁରୁଚରଣ ସ୍ୱାଇଁ(ବାଙ୍କ), ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘର ସଭାପତି ଅବସରପ୍ରାପ୍ତ ଶିକ୍ଷକ ବାନାମ୍ବର ସାହୁ, ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ବରିଷ୍ଠ ଆଇନଜୀବି ପ୍ରଦିପ କୁମାର ଦାଶ, ଗାୟକଭୂଷଣ ଗଗନ ବିହାରୀ ସିଂହ, କ୍ଷୀରୋଦ କୁମାର ନାଥ, ସୁଧିରକାନ୍ତ ଦାସ, ମନୋରଞ୍ଜନ ବାରିକ, ସୁଧିର କୁମାର ଜେନା, ବୈଲୋଚନ ବିଶ୍ୱାଳ, ସୁରେନ୍ଦ୍ର କୁମାର ନାଥ, ମନୋରଞ୍ଜନ ବିଶ୍ୱାଳ, ଭରତ ଚନ୍ଦ୍ର ସାହୁ, ରମେଶ ଥାଟୋଇ, ଧ୍ରୁବ ଚରଣ ମହାରଣା ପ୍ରମୁଖ ଯୋଗଦେଇ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ସୂର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ । ସୂର୍ଗତ ମହାନ୍ତି ଦୁହୁରିଆ ପ୍ରାଥମିକ ବିଦ୍ୟାଳୟ ଓ ଗୁଲନଗର ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ସମ୍ପର୍କରେ ତାଙ୍କ ବାଲ୍ୟବନ୍ଧୁ କାର୍ତ୍ତିକ ଚନ୍ଦ୍ର ନାୟକ କହିଥିଲେ । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଯଥା ସୂର୍ଗତ ମହାନ୍ତିଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ଓ ଦୁହୁରିଆ ଠାରୁ ତିନିମୁହାଣି ପର୍ଯ୍ୟନ୍ତ ରାସ୍ତାକୁ ବିଜୟମହାନ୍ତିଙ୍କ ନାମରେ ନାମିତ କରିବା ପାଇଁ ଏକ ପ୍ରସ୍ତାବ ଗୃହିତ କରାଯାଇ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ସ୍ଥିର କରାଯାଇଥିଲା । ସୂର୍ଗତ ମହାନ୍ତି କେବଳ କେନ୍ଦ୍ରାପଡାର ନୁହେଁ ସେ ସାରା ଓଡିଶା ଓ ଭାରତବର୍ଷର ଗୈାରବ ଥିଲେ । ସେ ପ୍ରତ୍ୟେକ ଓଡିଆର ମନ ଓ ହୃଦୟରେ ଚିରଦିନ ବଂଚିରହିବେ । ତାଙ୍କର ବିୟୋଗ ସାରା କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ