ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବନ୍ତ ,(ଚାନ୍ଦିନୀ ମହାନ୍ତି) : ବନ୍ତ ପ୍ରଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବନ୍ତ ପ୍ରଖଣ୍ଡ ସଂଯୋଜକ ମୃତ୍ୟୁଞ୍ଜୟ ସୁତାର ପରିଚାଳନା କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବିପିନ ବିହାରୀ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୃକ୍ଷରୋପଣ ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକର୍ତ୍ତା ସୁରଜ ଗୋସ୍ୱାମୀ, ସୁଶାନ୍ତ ସେଠୀ, ସାଇ ପ୍ରସାଦ ସାହୁ, ଗଣେଶ ସେଠୀ, ସୌମ୍ୟ ନାୟକ, ବିଟୁ ପୃଷ୍ଟି, ବୁବୁ ମହାନ୍ତି, ରାକେଶ ମହାନ୍ତି, ପଦ୍ମଲୋଚନ ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା ଉପସ୍ଥିତ ଥିଲେ ।