କର୍ଲାପଡ଼ା ବିଦ୍ୟାଳୟ ଓ ଚନ୍ଦାହାଣ୍ଡି ଘାଟିରେ ମାଓ ପୋଷ୍ଟର
( ଯୁଗାବ୍ଦ ନ୍ୟୁଜ୍)-ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କର୍ଲାପଡା ପ୍ରାଥମିକ ବିଦ୍ୟାଳୟ ଏବଂ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ମେନପୁର ମାଓ ଡିଭିଜନ ତରଫରୁ ମାଓ ପୋଷ୍ଟର ଓ ବେନର ଲଗାଇ ଅଗଷ୍ଟ ୧୫ କୁ କଳା ଦିବସ ରୂପେ ପାଳନ କରିବାକୁ ଆହ୍ୱାନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କୁ୍ଅବହେଳା କରୁଛନ୍ତି । ଗାଁ ଗୁଡିକୁ ରାସ୍ତା ନାହିଁ, ସ୍କୁଲ ଗୁଡ଼ିକରେ ଶିକ୍ଷକ ନାହିଁ, ପାନୀୟ ଜଳ ଓ ଆଦିବାସୀଙ୍କୁ ଜମିପଟା ଦିଆଯାଉ ନଥିବା ରୁ ଆଦିବାସୀଙ୍କ ପାଇଁ ଲଢେଇ କରୁଥିବେ ବୋଲି ଉଲ୍ଲେଖ କରିଛନ୍ତି । ଗତକାଲି ରାତ୍ର ରେ ଏହି ବେନର ଲଗାଯାଇଥିବାର କଲରାପଡା ସ୍କୁଲ ର ଶିକ୍ଷକ ସୂଚନା ଦେଇଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଂଚି ପାରି ନ ଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ଏହି ସବୁ ଅଂଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା ।