ବୁଲେଟ ପୋଡି ଘଟଣା,ପୂର୍ବତନ ସରପଞ୍ଚ ଗିରଫ ପରେ କୋଭିଡ କେର ସେଣ୍ଟର ଗଲେ
ଖଲ୍ଲିକୋଟ, (ସିଲୁ ବିଶ୍ୱାଳ):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଧିନୂଆପଲ୍ଲୀ ପଂଚାୟତ ର କେନ୍ଦୁପାଟ ଗ୍ରାମରେ ଗ୍ରାମ କମିଟି ଜଣେ ଯୁବକ ସହ ମହିଳା ଙ୍କ ସମ୍ପର୍କକୁ ସନ୍ଦେହ କରି ମହିଳାଙ୍କୁ ଦେଢ଼ ଲକ୍ଷ ଓ ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା କରିବା ସହ ଯୁବକଙ୍କ ବୁଲେଟ ଗାଡି ପୋଡି ପୋତି ଦେବା ଘଟଣା ରେ ପୂର୍ବରୁ ଜଣେ ବିଏସଏଫ ଯବାନ ଙ୍କ ସମେତ ୫ ଜଣ ଗିରଫ ହୋଇଥିବା ବେଳେ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦୁପାଟ ଗ୍ରାମର ପୂର୍ବତନ ସରପଞ୍ଚ ଚକ୍ରପାଣି ରାଉତ ଙ୍କୁ ପୋଲିସ ଆଜି ଗିରଫ କରିଛି ।ଖଲ୍ଲିକୋଟ ଅଂଚଳରେ ଏହା ଚର୍ଚା ର ବିଷୟ ପାଲଟିଛି |କେନ୍ଦୁପାଟ ଗ୍ରାମର ଛବି ବାରିକ ଓ ବାଲୁଙ୍କେଶ୍ୱରପୁର ଗ୍ରାମର କୁନା ରାଉତ ଉଭୟେ ସମ୍ପର୍କୀୟ ଭାଇ ଭଉଣୀ ।ବିବାହିତା ମହିଳା ଓ ସମ୍ପୃକ୍ତ ଯୁବକ ଖଲ୍ଲିକୋଟ ଥାନା ରେ ଦେଇଥିବା ଏତଲା ଅନୁଯାୟୀ ଗତ ୧୮.୦୩ .୨୦୨୦ ତାରିଖ ସନ୍ଧ୍ୟା ୭ଘଣ୍ଟା ସମୟରେକୁନା ରାଉତ (୨୨) ତାଙ୍କ ବୁଲେଟ ଗାଡି ନମ୍ବର OD ୩୩ X ୬୪୫୪ ଗାଡ଼ିରେ ନିଜ ସମ୍ପର୍କୀୟ ଭଉଣୀ କେନ୍ଦୁପାଟ ଗ୍ରାମ ର ଛବି ବାରିକ ଙ୍କ ଘରକୁଯାଇ ତାଙ୍କ ଘରେ ବସି କଥା ବାର୍ତା ହେଉଥିବାବେଳେ ଗ୍ରାମ ର ୭ଜଣ ଲୋକ ମହିଳାଙ୍କ ଘରେ ପହଂଚି ଉକ୍ତ ଯୁବକ କୁନା ରାଉତଙ୍କୁ ସନ୍ଦେହ କରି ଗାଳି ଗୁଲଜ ଓ ମାରପିଟ କରିବା ସହ ଗ୍ରାମ ର ରାଧାକୃଷ୍ଣ ମନ୍ଦିରକୁ ଡାକି ନେଇ ଗ୍ରାମବାସୀଙ୍କ ଉପସ୍ଥିତି ରେ ଏକ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲେ ଓ ତାଙ୍କର ବୁଲେଟ ଗାଡିକୁ ପୋଡି ଦେଇ ଜେସିବି ସାହାଯ୍ୟରେ ଗାତ ଖୋଲି ପୋତିଦେଇଥିବା କୁନା ରାଉତ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେଇଥିଲେ | ସେହିପରି କେନ୍ଦୁପାଟ ଗ୍ରାମରତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଉକ୍ତ ଯୁବକଙ୍କ ସହ ଥିବା ସମ୍ପର୍କ କୁ ସନ୍ଦେହ କରି ଦେଢ଼ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ସାଙ୍ଗକୁ ମହିଳାଙ୍କ ସ୍ୱାମୀ ସୁରଟ ରୁ ଫେରିବା ପରେ ତାଙ୍କ ଘର ଠାରେ ପହଂଚି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଜୋରିମାନା ପୈଠ ଦାବି ରେ ମାଡ ମାରିଥିବା ମହିଳା ଜଣଙ୍କ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେବା ସହ ଗଂଜାମ ଏସ . ପି. , ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଡ଼ିଆଇଜି ଓ ଏସ ଡି ପି ଓ ଛତ୍ରପୁର,ମହିଳା କମିଶନର ଙ୍କୁ ଜଣାଇଥିଲେ ।ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର୨୪୪ /୨୦୨୦ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଭାରତୀୟ ଦଣ୍ଡବିଧି ସଂହିତା ର ଦଫା ୩୪୧,୩୨୮, ୨୯୪, ୪୩୫, ୩୮୦, ୩୮୪ ଓ ୩୫୪ ଓ ୩୪ IPC ଲଗାଇ ଗ୍ରାମର ଜଣେ ବିଏସଏଫ ଯବାନ ସଞ୍ଜୟ ବାରିକ, ଯଜ୍ଞ ରାଉତ, ଦିନା ରାଉତ, ବାବୁ ପ୍ରଧାନ ଓ ବିନାୟକ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏତଲା ରେ ଦର୍ଶାଯାଇଥିବା ଅଭିଯୁକ୍ତ ମାନେ ଗ୍ରାମର ପ୍ରଭାବ ସାଳି ବ୍ୟକ୍ତି ହୋଇଥିବା ରୁ ସେମାନେ ଖୋଲାଖୋଲି ଭାବେ ଗାଁ ରେ ବୁଲୁଥିବା ବେଳେ ପୋଲିସ ଧରିବାକୁ ସାହସ କରିପାରୁ ନାହିଁ ଏବଂ ବୁଲେଟ କୁ ପୋଡି ପୋତିବାରେ ବ୍ୟବହୃତ ହୋଇଥିବା ଟ୍ରାକ୍ଟର ଓ ଜେସିବି କୁ ଜବତ କରି ପାରୁନି ବୋଲି ଛବି ବାରିକ ଓ କୁନା ରାଉତ ଅଭିଯୋଗ କରିଥିଲେ ।ତେବେ ଆଜି ପୂର୍ବତନ ସରପଞ୍ଚ ଚକ୍ରପାଣି ରାଉତ ଖଲ୍ଲିକୋଟ ବଜାର ନିକଟରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା ।କୋର୍ଟ ଚାଲାଣ ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ଆସିବା ରୁ ତାଙ୍କୁ କୋଭିଡ କେର ସେଣ୍ଟର କୁ ପଠାଇ ଦିଆଯାଇଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି ।


