ଉପଜିଲ୍ଲାପାଳଙ୍କ ସୋରୋଳ ସ୍ଥିତି ସମୀକ୍ଷା
ଚିକିଟି, (କୁରେଶୁ ସାହୁ):ବ୍ରହ୍ମପୁର ଉପ ଜିଲ୍ଲାପାଳ ଦତ୍ତlତ୍ରୟ ଭାଉ ସାହେବ ସୋରୋଳରେ ପହଂଚି ଚିକିଟି ବି ଡ଼ି ଓ ଫାଲଗୁନି ମାଝୀଙ୍କ ସହିତ ବ୍ଲକର କରୋନା ସ୍ଥିତି, ବିଭିନ୍ନ ସ୍ଥାନରେ ଥିବା କୋଭିଡ କେର ହୋମର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା ଓ ସ୍ଥିତି ସମୀକ୍ଷା କରିଥିଲେ l ତାପରେ ସ୍ୱାବ ସଂଗ୍ରହ ସ୍ଥାନରେ ପହଂଚି ଥିଲେ l ଆଜି ୭୬ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା l ଉପ ଜିଲ୍ଲାପାଳଙ୍କ ସହିତ ସରପଞ୍ଚ ଡ଼ି. ଦାମୋଦର ରେଡି, ସମିତି ସଭ୍ୟ ଗିରିଧାର ବେହେରା, ନୋଡାଲ ଅଫିସର ବିମଲ ପାଣ୍ଡେ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ପାଠି, ଆୟୁଷ ଡାକ୍ତର ଡ଼. ବି. ପି. ଦାସ, ସ୍ୱାସ୍ଥ୍ୟ କର୍ମୀ କୁଶ କୁମାର, ବିଭୁଦତ୍ତ ବେହେରାଙ୍କ ସହିତ ସମସ୍ତ ଅଙ୍ଗନବାଡି, ଆଶା କର୍ମୀ, ଓ ଏଲ ଏମ ପ୍ରମୁଖ ଉପସ୍ଥିତ ଥିଲେ l


