ବିଦ୍ୟୁତ ଆଘାତରେ ଶ୍ରମିକ ଖଦାଳ ଗୌଡ଼ର ମୃତ୍ୟୁ

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ପଂଚାୟତ ର ଝାଡ଼ସାହି ଠାରେ ଜଳଯୋଗାଣ କାର୍ଯ୍ୟ ଚାଲୁ ଥିବା ବେଳେ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ ତାର ରେ ଲୁହା ପାଇପ ବାଜି ଶ୍ରମିକ ର ମୃତ୍ୟୁ ଘଟିଛି।ପ୍ରାଥମିକ ସୂଚନା ଅନୁଯାଇ ଝାଡ଼ସାହି ରେ ଜଳଯୋଗାଣ କାର୍ଯ୍ୟ ଚାଲୁଥିବା ସମୟ ରେ ଶ୍ରମିକ ଖଦାଳ ଗୌଡ଼ ଲୁହା ପାଇପ କୁ ଉପରକୁ ଉଠେଇଦେବାରୁ ଉପରେ ପଟେ ଯାଇଥିବା ବିଦ୍ୟୁତ ତାର ରେ ସଂଯୋଗ ହୋଇ ଆଘାତ ଲାଗିଥିଲା ସେ ସେଠି ଟଳି ପଡ଼ିଥିଲେ।ପ୍ରଥମେ ଅନ୍ୟ ଶ୍ରମିକ ମାନେ ୧୦୮ କୁ କଲ କରିଥିଲେ, ନ ଆସିବାରୁ ଦମକଳ ଗାଡି ଯାଇ ଗୁରୁତର ଖଦାଳ କୁ ଜଗନ୍ନାଥ ପ୍ରସାଦ ମେଡିକାଲ କୁ ଆଣିଥିଲେ।ଡାକ୍ତର ଦାସ କିରଣ କୁମାର ଚିକିତ୍ସା କରିଥିଲେ।କିନ୍ତୁ ଖଦାଳ କିଛି ସମୟ ପରେ ମୃତ୍ୟୁ ବରଣ କରିଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଭଞ୍ଜନଗର ,ଜିଲୁଣ୍ଡି ନିକଟ ମଳାସପଦର ଗ୍ରାମର ନବୀନ ଗୌଡ଼ ର ପୁଅ ମୃତ ଖଦାଳ ଗୌଡ଼ ବୋଲି ଜଣା ଯାଇଛି।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ