ପଞ୍ଚଭୂତି ଗ୍ରାମକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ
ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ପଞ୍ଚଭୂତି ଗ୍ରାମରେ ୨ ଟି କୋରନା ପଜିଟିଭ ଚିହ୍ନଟ ହେବା ପରେ ପରିସ୍ଥିତି କୁ ନଜରରେ ରଖି ସରପଞ୍ଚ ପ୍ରମିଳା ଦୋରା ଗ୍ରାମକୁ ଆସନ୍ତା ୨୯/୦୭/୨୦ ରୁ ୩୧/୦୭/୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୭୨ ଘଣ୍ଟା ସଟ ଡାଉନ ଘୋଷଣା କରିଛନ୍ତି। ପଂଚାୟତ ରେ ସରପଞ୍ଚଙ୍କ ସଭାପତିତ୍ୱରେ ହୋଇଥିବା ଜରୁରୀ ବୈଠକରେ ସମିତି ସଭ୍ୟ , ସମସ୍ତ ୱାଡ଼ ମେମ୍ବର ସଭ୍ୟ ମାନେ ଯୋଗ ଦେଇଥିଲେ। ଉକ୍ତ ଆଲୋଚନା ପରେ ପରିସ୍ଥିତି କୁ ଦେଖି ସକାଳ ୭ଟା ରୁ ୩୧ ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଔଷଧ ଓ କୃଷି ସାମଗ୍ରୀ ବିକ୍ରି ଦୋକାନ ବଜାର କୁ ଛାଡି ଦେଲେ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଯଦି କୌଣସି ବ୍ୟକ୍ତି ନିୟମ ଉଲଂଘନ କରନ୍ତି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ଏ ନେଇ ସେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ନିକଟସ୍ଥ ପୋଲିସ ଅଧିକାରୀ ଙ୍କୁ ଏକ ଚିଠି ଲେଖି ସମସ୍ତ ସୂଚନା ଦେଇଛନ୍ତି।


