କିନ୍ନର ସଂଘ ପକ୍ଷରୁ କରୋନା ସଚେତନତା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମା ମୁର୍ଗିମାତା କିନ୍ନର ସଂଘ ପକ୍ଷରୁ ଗାଁଗାଁରେ ବୁଲି ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ଗରିବ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା। ସଂଘର ସଭାପତି ମୁନି କିନ୍ନର, ସମ୍ପାଦିକା ରିଙ୍କି କିନ୍ନର, କୋଷାଧ୍ୟକ୍ଷା ନିଳାବତୀ କିନ୍ନରଙ୍କ ନେତୃତ୍ୱରେ ସୁହାନି, ମନିଷା, ପ୍ରିତି, ବୈଶାଖୀ, ଭୂମି, ଫୁଲ କିନ୍ନର ଲୋକଙ୍କୁ ସଚେତନ କରିଥିଲେ। ପ୍ରଥମ ଦିନରେ ବ୍ଲକର ଭୃଙ୍ଗିଯୋଡି, ନୂଆପଦର ଓ ଡିମିରିଗୁଡା ଆଦି ପଞ୍ଚାୟତର ପ୍ରାୟ ୧୬ ଟି ଗ୍ରାମରେ ସଚେତନ କରାଯାଇଥିଲା। ବ୍ଲକର ୨୪ ଟି ପଞ୍ଚାୟତରେ ଏହି ଅଭିଯାନ ଜାରି ରହିବ ବୋଲି ସଂଘର ସଭାପତି ପ୍ରକାଶ କରିଥିବାବେଳେ ଏଭଳି ପ୍ରୟାସକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ