ମାଟ୍ରିକ ପରିକ୍ଷା ଜିଲ୍ଲାସ୍ତରରେ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ଛାତ୍ରୀ ପ୍ରଥମ ଓ ଶିଶୁ ମନ୍ଦିର ଛାତ୍ରୀ ଦ୍ୱିତୀୟ

ପାରାଦ୍ୱୀପ, (ପିତବାସ ପ୍ରଧାନ):ପ୍ରତିକ୍ଷୀତ ମାଟ୍ରିକ ପରିକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ଥର ପରିକ୍ଷାରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ଛାତ୍ରୀ ସ୍ଥିତି ପ୍ରଜ୍ଞା ପରିଡା ୫୫୩ ନମ୍ବର ରଖି ଜଗତସିଂହପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପାରାଦ୍ୱୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ସ୍ନେହା ଶ୍ରାବଣୀ ନାୟକ ୫୪୮ ନମ୍ବର ରଖି ୨ୟ ସ୍ଥାନରେ ରହିଛନ୍ତି । ଶିଶୁ ମନ୍ଦିର ର ଜଣେ ଛାତ୍ରୀ ଏ୧ରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ଏ୨ରେ ୧୨ଜଣ, ବି୧ରେ ୨୮, ବି୨ରେ ୩୩, ସିରେ ୪୩, ଡିରେ ୨୩ ଓ ଇ ଗ୍ରେଡ୍‌ରେ ୧୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ସ୍କୁଲର ପରିକ୍ଷା ଫଳ ଶତ ପ୍ରତିଶତ ହୋଇଥିବାରୁ ସ୍କୁଲର ସଭାପତି ଜ୍ଞାନଚାନ୍ଦ ଆଚାର୍ଯ୍ୟ, ସଂପାଦକ ଡା. ଦେବଦତ୍ତ ସାମନ୍ତରାୟ, ପ୍ରଧାନ ଅଚାର୍ଯ୍ୟ ମନୋଜ ରଞ୍ଜନ ସେଠୀ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଛାତ୍ର ଛାତ୍ରି ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ମଧ୍ୟ ଶତ ପ୍ରତିଶତ ସଫଳତା ପାଇଛି । ଏ ୨ଗ୍ରେଡ୍‌ରେ ୯ଜଣ, ବି୧ ରେ ୧୫, ବି୨ରେ ୧୮, ସିରେ ୨୯, ଡିରେ ୨୬ ଓ ଇ ଗ୍ରେଡ୍‌ରେ ୧୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସ୍କୁଲର ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦାଶ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ