ଗଜପତିରେ କାୟା ବିସ୍ତାର କରୁଛି କରୋନା ଆଜି ୧୦୮ ପଜିଟିଭ୍ ଚିହ୍ନଟ,ସଂଖ୍ୟା୧୫୦୯ରେ ପହଞ୍ଚିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ବଢି ଚାଲିଛି । ବର୍ତ୍ତମାନ ଗଜପତି ଜିଲ୍ଲା କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୧୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୦୮ ଜଣକୁ ମିଶାଇ ସଂଖ୍ୟା ୧୫୦୯ରେ ପହଞ୍ଚିଛି । ଆଜିର ଏହି ୧୦୮ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ସର୍ବଧିକ ୬୮ଜଣ,ଗୁମ୍ମା ବ୍ଲକର ଜଣେ,ଗୋଷାଣୀ ବ୍ଲକର ୧୦ଜଣ,ରାୟଗଡା ବ୍ଲକର ୯ଜଣ, ଆର.ଉଦୟଗିରି ବ୍ଲକର ୧୭ଜଣ ଓ କାଶୀନଗର ବ୍ଲକର ୨ଜଣ,ନୁଆଗଡ ବ୍ଲକର ଜଣେ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା,ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୯୧ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୧୪ଜଣ,ଜିଲ୍ଲା ବାହାରେ ୨ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଏହି ୧୦୮ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ସ୍ଥିତ ସୋମ୍ ହସ୍ପିଟାଲରେ ପାରଳାଖେମୁଣ୍ଡି ସହରର ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି ବୋଲି ଜଣାପଡିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


