ଜନସେବା ପାଇଁ ୮ ଅଧିକାରୀ ଓ କର୍ମଚାରୀ ସମ୍ୱର୍ଦ୍ଧିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ସରକାରୀ କାର୍ଯ୍ୟକୁ ସଠିକ ଭାବେ ପରିଚାଳନା ସହ ଲୋକ ସଂପର୍କକୁ ସପଂଳ ଭାବେ ନିୟନ୍ତ୍ରଣ କରିବା ଏକ କଳା । ଯାହା ସମସ୍ତେ ଚାହିଁଲେ ମଧ୍ୟ କରିପାରନ୍ତି ନାହିଁ । ଆଉ ଯେତେ ଜଣ ନିଷ୍ଠାର ସହ ଏହାକୁ ନିର୍ବାହ କରନ୍ତି ସେମାନେ ହୁଅନ୍ତି ଉତ୍କୃଷ୍ଟ ଜନସେବା ପ୍ରଦାନକାରୀ ସରକାରୀ ଅଧିକାରୀ ବା କର୍ମଚାରୀ । ସେହିଭଳି ୮ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ସମ୍ୱର୍ଦ୍ଧିତ କରିଚ୍ଥନ୍ତି ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି, ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଏନ୍.ସି. କଲେଜ ପଡିଆ ଠାରେ ଅନୁଷ୍ଠିତ ୭୩ ତମ ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ଜନସେବା ପାଇଁ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ସୁକିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ବିଶ୍ୱଜିତ୍ ଦାସ, ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି, ଜିଲ୍ଳ୍ା ଉପ-ନିବନ୍ଧକ ପ୍ରଦୀପ କୁମାର ସେଠୀ, ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ, (ଗ୍ରାମ୍ୟ ଆବାସ) ସୋହାନା ବେଗମ୍, ଯଖପୁରା ଥାନାର ସବ୍-ଇନିସ୍ପେକ୍ଟର ଶଶି ଭୂଷଣ ସ୍ୱାଇଁ, ରାଜସ୍ୱ ନିରୀକ୍ଷକ ସୂର୍ଯ୍ୟ ପ୍ରକାଶ ସ୍ୱାଇଁ ଓ ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର ବାରିକଙ୍କୁ ମନ୍ତ୍ରୀ ଶ୍ରୀ ଦାସ ସମ୍ୱର୍ଦ୍ଧିତ କରିବା ସହ ଆଗକୁ ଆହୁରି ନିଷ୍ଠାର ସହ କାର୍ଯ୍ୟ କରି ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ୱର୍ଦ୍ଧନା ସମୟରେ ଜିଲ୍ଳାପାଳ ରଂଜନ କୁମାର ଦାସ, ଏସ୍.ପି. ଚରଣ ସିଂ ମୀନା ପ୍ରମୁଖ ଉପସ୍ଥ୍ରିତ ଥିଲେ । ୫ ଟି ର ସପଂଳ ଉପଯୋଗ, ସମୟାନୁସାରେ କାର୍ଯ୍ୟ ସଂପନ୍ନ, ସାମୁହିକ କାର୍ଯ୍ୟ, କାର୍ଯ୍ୟରେ ସ୍ୱଚ୍ଚ୍ଥତା ଓ ରୂପାନ୍ତକରଣକୁ ପ୍ରାଥମିକତା ଦେଇ କାର୍ଯ୍ୟ କଲେ ସପଂଳତା ନିଶ୍ଚିତ ବୋଲି ଜିଲ୍ଳ୍ାପାଳ ଏହି ଅଧିକାରୀ ମାନଙ୍କୁ ଶୁଭେଚ୍ଚ୍ଥା ଜଣାଇ ମତ ଦେଇଥିଲେ । ଏହା ଆରମ୍ଭ ଶୁଭାରମ୍ଭ ମାତ୍ର । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତାକୁ ଅନୁଧ୍ୟାନ କରାଯାଇ ଜନସେବାରେ ଶ୍ରେଷ୍ଠ ଓ ୫ ଟି କୁ ସଠିକ ପାଳନ କରୁଥିବା କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଥିଲେ । ଏହି ସମ୍ୱର୍ଦ୍ଧିତ ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଳ୍ାପାଳ ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଊପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ