ଆର ଏସ୍ ଏସ୍ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ଆମେ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛୁ । ମାତ୍ର ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବାକୁ ହେଲେ ଭ୍ରଷ୍ଟାଚାର, ଆତଙ୍କବାଦ, ଦାରିଦ୍ର‌୍ୟ, ଜାତିବାଦ ଏବଂ ଆବର୍ଜନା ମୁକ୍ତ ଭାରତର ନିର୍ମାଣ ନିହାତି ଆବଶ୍ୟକ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଭୁବନେଶ୍ୱର ମହାନଗର ସଂଘଚାଳକ ମାନନୀୟ ଡ. ବସନ୍ତ କୁମାର ପତି ସଂଘର ପୂର୍ବ ପ୍ରାନ୍ତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରି ପ୍ରକାଶ କରିିଛନ୍ତି । ଭୁବନେଶ୍ୱରର ଡମଣା ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଡ. ପତି କହିିଲେ ଯେ,୧୯୪୨ ମସିହା ଅଗଷ୍ଟ ମାସ ୯ ତାରିଖ ଦିନ ଐତିହାସିକ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନରେ ସଂଘର ସ୍ୱୟଂସେବକ ଏବଂ ଭାରତବାସୀ ନିଜକୁ ସ୍ୱତଃପ୍ରଭୁତ ଭାବରେ ସାମିଲ କରିବା ଫଳରେ କ୍ଷୀପ୍ର ଗତିରେ ସମସ୍ତ ଦେଶକୁ ଏହି ଆନ୍ଦୋଳନ ବ୍ୟାପୀ ଯାଇଥିଲା । ଭୟାଭୀତ ହୋଇପଡିଥିବା ଇଂରେଜ ଶାସନ ବାଧ୍ୟ ହୋଇ ଏହି ଆନ୍ଦୋଳନର ୫ ବର୍ଷ ପରେ ଅର୍ଥାତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତକୁ ସ୍ୱାଧୀନ ଦେଶ ଭାବେ ଘୋଷଣା କରିଥିଲେ । ଜାତୀୟ ପତାକା ଉତୋଳନ ଅବସରରେ ପ୍ରାନ୍ତ ପ୍ରଚାରକ ମାନନୀୟ ବିପିନ ପ୍ରସାଦ ନନ୍ଦ ଏବଂ ମହାନଗର କାର୍ଯ୍ୟବାହ ଶ୍ରୀ ପ୍ରସନ୍ନ ସେନାପତିଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ