କଳାକେନ୍ଦ୍ର ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଅଗ୍ରଣୀ ଭାଷା, ସାହିତ୍ୟ ,ସଂସ୍କୃତି ତଥା ସାମାଜିକ ପ୍ରତିଷ୍ଠାନ ଜାତୀୟ ସଂଗୀତ କଳାକେନ୍ଦ୍ର ପକ୍ଷରୁ ଭଞ୍ଜମଣ୍ଡପ ଠାରେ ୭୩ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସ୍ୱାଧିନତା ଦିବସ ଅବସରରେ ମୁଖ୍ୟ ଅତିଥି ରୁପେ ପ୍ରଫେସର ନିରଂଜନ ପଟ୍ଟନାୟକ ଯୋଗ ଦେବା ସହ ଜାତୀୟ ପତାକା ଉତୋଳନ କରିଥିଲେ ।ଧିରେ ଧିରେ ସମାଜ ଉନ୍ନତି ଆଡକୁ ଅଗ୍ରସର ହେଉଥିବାରୁ ଭାରତର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ଏହା ପରେ ଡକ୍ଟର କୃର୍ଷ୍ଣ ଚନ୍ଦ୍ରଜେନାଙ୍କ ଅଧକ୍ଷତାରେ ସଂସ୍କୁୃତିର ଭୂମିକା ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ସାରସ୍ୱତ ସାଧକ କାଳିନ୍ଦି ଚରଣ ନାୟକ ,ସମ୍ମାନିତ ଅତିଥି ଶିକ୍ଷାବିତ୍ ପଦ୍ମଲୋଚନ ପଟ୍ଟନାୟକଯୋଗ ଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ତୃତୟ ପର୍ଯ୍ୟାୟରେ ସୁଧାଞ୍ଜଳି ମିଶ୍ରଙ୍କ ସଂଯୋଂଜନା କ୍ରମେଦେଶାତ୍ମକବୋଧ ପାଠ କାର୍ଯ୍ୟକ୍ରମରେ ପ୍ରଫୁଲ କୁମାର ତ୍ରୀପାଠୀ ବୃନ୍ଦାବଡ ପରିଡା ,ମନୋଜ କୁମାର ପାଢୀ ,ଏହା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଭାରତ ମାତାଙ୍କ ପ୍ରତି ନୈବେଦ୍ୟ ବାଢିଥିଲେ ।ଶେଷରେ ଅନୁଷ୍ଠାନର ସଂପାଦିକ ସ୍ୱରଗୈାରବ କୃର୍ଷ୍ଣ ପ୍ରସାଦ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ