ଜିଲ୍ଲା ବିଜେଡି ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ପାଠ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବୁଧବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ମେଡିକାଲଛକସି୍ଥତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତାଦଳ ପକ୍ଷରୁ ଜିଲ୍ଲା ସଭାପତି ଉତ୍କଳକେଶରୀ ପରିଡାଙ୍କ ସଭାପତିତ୍ୱରେ ସର୍ବପ୍ରଥମେ ସୂର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ ପ୍ରାଣବଳୀ ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ଏକ ଲିଖିତ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଧିରେନ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ସଭାପତି ଶ୍ରୀ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ରୋସ୍ôନା ସାହୁ, ସ୍ନେହପ୍ରଭା ତ୍ରିପାଠୀ, କାଳି ପ୍ରସାଦ ମିଶ୍ର, ରାଜେଶ ଦାସ, ରେବତୀରମଣ ଦାସ, ପ୍ରକାଶ ପରିଡା, ଗୁରୁଚରଣ ପଢିଆରୀ, ମୋହନ ଚରଣ ଆଚାର୍ଯ୍ୟ, ସଂଖ୍ୟାଲଘୁ ସେଲ ସଭାପତି ସେକ ଚନ୍ଦନ, ସେକ ଗୋଫ୍ରାନ, ରଞ୍ଜନ ସାହୁ, ନାରାୟଣ ସାହୁ, ପ୍ରଶାନ୍ତ ସାମନ୍ତରାୟ,ବିଜୟ ମଣ୍ଡଳ, ବଳଭଦ୍ର ପଣ୍ଡା, ତ୍ରିଲୋଚନ ଦାସ, ସାହେବ ସାହିଲ ରାଉତ, ଦେବେନ୍ଦ୍ର ସାହୁ, ମାନସ ସେଠୀ, ଅକମଲ ଅଲ୍ଲୀ, ସେକ ସାବୀର ହୋସେନ, ଭବାନୀ ପ୍ରସାଦ କର, ରଞ୍ଜନ କର, ଦୁର୍ଗା ପତି, ସେକ ମତୁ, ଅବଦୁଲ ମାଜିଦ, ସେକ ସଲାଉଦ୍ଦିନ, ଏମ.ଆକ୍ରମ ଖାନ, ଏ.କେ.ଇମ୍ରାନ, ଏସକେ ସମା, ରକିବୁର ରହେମାନ, ସେକ ରାଜୁ, ସେକ ଆପୁ, ସେକ ମୁକ୍ତାର ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରିବା ସହ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ