କନ୍ଧମାଳରେ କୋଭିଡ଼୍‍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଓ ଶପଥପାଠ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପ୍ରକାରେ ବୁଧବାର କନ୍ଧମାଳ ଜିଲାରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏବଂ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥରରେ କୋଭିଡ଼୍‍ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯିବା ସହିତ ଯେଉଁମାନେ ଉକ୍ତ ପ୍ରାର୍ଥନାରେ ସାମିଲ୍‍ ଥିଲେ ସେମାନେ ମଧ୍ୟ ନିଜେ ନିଜେ ଶପଥ ପାଠ କରିଥିଲେ। ବିଶେଷ କରି କୋଭିଡ଼୍‍ ଯୋଦ୍ଧାମାନଙ୍କର ମାନବଜାତି ପାଇଁ ସର୍ବୋଚ ତ୍ୟାଗକୁ ପୁନଃ ସ୍ୱରଣ କରିବା ଓ ସମ୍ମାନ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦଳମତ ନିର୍ବିଶେଷରେ ବହୁ ସଂଖ୍ୟରେ ଜିଲାରେ ଭାଗ ନେଇଥିଲେ।ସେହିଭଳି ଫୁଲବାଣୀ ସଦର ମହକୁମା ଠାରେ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ କାଯ୍ୟାଳୟର ବଡ଼ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମାନେ ନିରବ ପ୍ରାଥାନା କରିବା ସହିତ ଶପଥ ପାଠ କରିଥିବା ବେଳେ କନ୍ଧମାଳ ପୁଲିସ୍‍ ପକ୍ଷରୁ କୋର୍ଟ ଛକ ନିକଟରେ ଏସ୍‍.ପିଙ୍କ ସମେତ ଅନ୍ୟ ସମସ୍ତ ପୁଲିସ୍‍ ଅଧିକାରୀ ଓ କର୍ମଚାରୀ ଏବଂ ଜବାନ ମାନେ ସାମିଲ୍‍ ରହି ନିରବ ପ୍ରାର୍ଥନା ସହିତ ଶପଥପାଠ କରିଥିଲେ। ସେହିଭଳି ଫୁଲବାଣୀ ସହରର ବହୁ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ୟ ଏହି କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିବାର ଦେଖାଯାଇଛି। ସେହିଭଳି ଅନେକ ନିଜ ଘରେ ମଧ୍ୟ ଶପଥପାଠ ନେବା ସହିତ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ଼୍‍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ ଶପଥ ନେଇଥିଲେ। ସେହିଭଳି କୋଭିନ୍‍ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାଯ୍ୟକୁ ସମର୍ତନ ଦେବା ଓ ସେମାନଙ୍କ ତ୍ୟାଗ ସଂପର୍କରେ ମଧ୍ୟ ଅନେକ ଠାରେ ବକ୍ତାମାନେ ବକ୍ତ୍ୟବ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ