ଅଜଣା ରୋଗରେ ପିଡ଼ିତ ଯୁବକଙ୍କ ଆତ୍ମହତ୍ୟା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘଦିନ ହେଲା କୌଣସି ଏକ ଅଜଣା ରୋଗରେ ପିଡ଼ିତ ଥିବା ଯୁବକ ଶେଷରେ ଆତ୍ମହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଝାମ୍ପି ସାହିରେ। ମୃତ ଯୁବକଙ୍କ ନାମ ସଂଜିତ୍‍ କହଁର(୨୪) ବୋଲି ଜଣାଯାଇଛି।ସୂଚନା ଅନୁଯାୟୀ, ମୃତ୍ୟବରଣ କରିଥିବା ଯୁବକ ଜଣକ ଦୀର୍ଘଦିନ ହେଲା କୌଣସି ଏକ ଅଜଣା ରୋଗରେ ଅସୁସ୍ଥ ଥିଲେ। ରୋଗ ଭଲହେବା ପାଇଁ ମଧ୍ୟ ସେ ସର୍ବଦା ଔଷଧ ସେବନ କରୁଥିଲେ। କିନ୍ତୁ ଯେତେ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଉନଥିବା ଯୋଗୁଁ ସେ ଏକ ପ୍ରକାର ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ। ମାନସିକ ଭାରସାମ୍ୟ ହରାଇ ଘରେ କେହି ନଥିବାର ସୁଯୋଗ ନେଇ ବିଷାକ୍ତ କୀଟନାସକ ଖାଇଥିବା ସନ୍ଦେହ କରାଯାଇଛି। ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ତାଙ୍କୁ ଖଜୁରିପଡ଼ା ଡ଼ାକ୍ତରଖାନା ଓ ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଖଜୁରିପଡ଼ା ପୁଲିସ୍‍ କେସ ନଂ ୧୩ା୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ତଦନ୍ତ ଅଧିକାରୀ ବିରେନ୍ଦ୍ର କୁମାର ଦେହୁରୀ ସୂଚନା ଦେଇଛନ୍ତି। ଯୁବକଙ୍କ ଏଭଳି ମୃତ୍ୟୁକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ