ବଜ୍ରାପାତରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଭଞ୍ଜନଗର,(ଯୁଗାବ୍ଦ ନ୍୍ୟୁଜ୍): ଭଞ୍ଜନଗର ଥାନା ଅନ୍ତର୍ଗତ ଗମ୍ଭାରିଗୋଚ୍ଛା ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀ ଚାଷ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟି ସ୍ୱାମୀ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହାତ ହୋଇଛନ୍ତି । ମୃତକ ଜଣକ ପରିଚୟ ଗମ୍ଭୀରଗୋଚ୍ଛା ଗ୍ରାମର ଲିଙ୍ଗରାଜ ଗୈାଡଙ୍କ ପୁତ୍ର ସୁଧିର ଗୈାଡ ୪୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀ ଚାଷ ଜମିରେ ଧାନ ରୁଆ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରପାତ ଘଟିଥିଲା । ବଜ୍ରପାତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ଆଘାତରେ ବିଲରେ ପଡିଯାଇଥିଲେ । ଗୁରୁତର ଅବସ୍ତାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟରେ ଭର୍ତ୍ତିକରି୍ଥିଲେ । ବଜ୍ରାଘାତରେ ସୁଧିରଙ୍କର ମୃତ ହୋଇଥିବା ବେଳେ ସ୍ତ୍ରୀ ନୀଳିମା ଗୈାଡ ସ୍ୱାସ୍ଥବସ୍ଥା ସ୍ଥିର ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ