ଗାଡି କାଚ ଭାଙ୍ଗିବା ନେଇ ମାମଲା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ତଥା ବନ୍ତ ଥାନା ଅଧିନ ଟିଲୋ ବଡସାହି ଛକ ଠାରେଏକ ସ୍କର୍ଫିଓ ଗାଡିର କାଚ ଭାଙ୍ଗିବା ଘଟଣାରେ ପୋଲିସ ୨ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ଅଭିଯୋଗରୁ ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ଟିଲୋ ବଡସାହି ଗ୍ରାମର ସ୍ମୃତି ରଞ୍ଜନ ସ୍ୱାଇଁଙ୍କ ସ୍କର୍ଫିଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ବେଳେ ସେହି ଗ୍ରାମର ୨ ଜଣ ବ୍ୟକ୍ତି ସେଠାରେ ପହଂଚି ଶ୍ରୀ ସ୍ୱାଇଁଙ୍କୁ ଗାଳିଗୁଲଜ କରିବା ସହ ଗାଡି କାଚକୁ ପିଟି ଭାଙ୍ଗି ଦେଇଥିଲେ । ଏଥିସହ ତାଙ୍କ ଗାଡିକୁ ପେଟ୍ରୋଲ ଢାଳି ପୋଡି ଦେବା ଏବଂ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ କେସ ନଂ-୯୪/୨୦ ମୂଳେ ୨ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ