ଶବକୁ ମିଳିଲାନି ନିଜଗାଁ ମଶାଣି ଜମି

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ଦେଶରେ କରୋନା କାୟା ମେଲାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦୈନନ୍ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଗୁରୁବାର ରାତିରେ ଦାରିଙ୍ଗବାଡ଼ି ଅଞ୍ଚଳର ଜନୈକ ବ୍ୟକ୍ତିର ଦାରିଙ୍ଗବାଡ଼ି ମେଡିକାଲରେ ମୃତ୍ୟୁ ହୋଇଥିଲା। ମୃତକଙ୍କୁ କରୋନା ହୋଇଥିବା ସନ୍ଦେହ କରି ପ୍ରଶାସନ ତରଫରୁ ମୃତ ଦେହକୁ ପରିବାର ଲୋକଙ୍କୁ ଘରକୁ ନେବାକୁ ଦିଆଯାଇ ନଥିଲା ଏବଂ ଗ୍ରାମ ମଶାଣିରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା।ଫଳରେ ପରିବାର ଲୋକେ ବିଳମ୍ବିତ ରାତିରେ ପ୍ରଶାସନ ତରଫରୁ ପୂର୍ବରୁ ଚିହ୍ନଟ କରାଯାଇଥିବା ଗ୍ରୀନବାଡି ପଞ୍ଚାୟତର କୁତୁବାଡ଼ି-ତଗାପଙ୍ଗା ନିକଟରେ ସ୍ଥାନୀୟ ପ୍ରଶାସନ ସହାୟତାରେ ଶବ ଦାହ କରିଥିଲେ। ତେବେ ରାତିରେ ଶବଟିକୁ ଚିହ୍ନଟ ସ୍ଥାନର ରାସ୍ତା କଡ଼ରେ ଦାହ କରାଯାଇଥିବା ବେଳେ ଶବଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିନଥିବା ଶୁକ୍ରବାର ସକାଳେ ଜଣାପଡ଼ିଥିଲା। ଫଳରେ ଗ୍ରୀନବାଡ଼ି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ସବ ଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ