ଡକ୍ଟର ପ୍ରଦୀପ କୁମାର ତ୍ରିପାଠୀଙ୍କ ଦ୍ଵାଦଶାହ ତିଥିରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ଏହି ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ବିଭାଗ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ତ୍ରିପାଠୀଙ୍କ ଦ୍ଵାଦଶାହ ତିଥିରେ ଆଂଚଳିକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଓ ପୁରାତନ ଛାତ୍ର ସଂଗଠନ ତରଫରୁ ବିଦ୍ୟା ବିହାର ପରିସରରେ ଡ଼ଃ ପ୍ରଦୀପ ସାର ଙ୍କ ପାଇଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି I ସୂଚନା ପ୍ରକାରେ ଗତ ଜୁଲାଇ ୨୬ ତାରିଖରେ ମହା ବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ତଥା ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତିଥିରେ ପ୍ରାଧ୍ୟାପକ ଡକ୍ଟର ତ୍ରିପାଠୀଙ୍କ ଅକାଳ ବିୟୋଗ ଘଟିଥିଲା I ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ମହା ବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୋବରା ବିଶ୍ଵ ଭାରତୀ ଅନୁଷ୍ଠାନର ସଭାପତି କୁଞ୍ଜ ବିହାରୀ ନାୟକ ,ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ବି ଗୋବିନ୍ଦା ରାଓ, ବିଷ୍ଣୁ ପଟ୍ଟନାୟକ, ଡ଼ଃ ରାଜେନ୍ଦ୍ର ଡାକୁଆ, ଗଙ୍ଗାଧର ଦାସ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଏବଂ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଉପସଭାପତି ପ୍ରହଲ୍ଲାଦ ଲେଙ୍କା , ସମ୍ପାଦକ ଦିବ୍ୟଲୋଚନ ବିଶ୍ଵାଳ , ଅନ୍ୟତମ ଉପ ସଭାପତି ଶିଶିର କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି,କାର୍ଯ୍ୟ କାରୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ସ୍ୱାଇଁ,ମୁନେନ୍ଦ୍ର ପରିଡା, ତରଣୀ ସେନ ସେଠୀ ଓ ଛାୟାକାନ୍ତ ମହାପାତ୍ର ପ୍ରମୁଖ ଡକ୍ଟର ତ୍ରିପାଠୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହିତ ସ୍ବର୍ଗତ ଡ଼ଃ ତ୍ରିପାଠୀ ଙ୍କ ସମାଜ ପାଇଁ ଥିବା ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ I ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସକ୍ରିୟ ସଦସ୍ୟ ଅରୁଣ କୁମାର ସେଠୀ, ଗଙ୍ଗାଧର ରଣା,ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀ ଓ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ଵର୍ଗତ ତ୍ରିପାଠୀଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ, ସ୍ମୃତି ଚାରଣ, ନୀରବ ପ୍ରାର୍ଥନା କରିବା ସହ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ I ପୁରାତନ ଛାତ୍ର ସଂଗଠନର ଦୁଇ ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ ଏବଂ ଚିନ୍ମୟ ପୋଲାଇ ଯଥାକ୍ରମେ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ଡ଼ଃ ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ରେ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟ ଛକରୁ ସ୍ଵର୍ଗତ ତ୍ରିପାଠୀଙ୍କ ବାସ ଗୃହ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭା ଯାତ୍ରା କରାଯିବା ସହ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ