ଶ୍ରୀ ଶ୍ରୀ ଶୀତଳେଶ୍ୱର ୟୁଥ କ୍ଲବ ପକ୍ଷରୁ କରୋନା କିଟ ବଂଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କରୋନା ମହାମାରୀ କବଳରୁ ସାରା ପୃଥିବୀ କିପରି ଭାବେ ଲଢିବାରେ ଲାଗିଛି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମପଂଚାୟତର ଶୀତଳପାଟଣା ଗ୍ରାମରେ।ଏହି ଗ୍ରାମର ଯୁବକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ୟୁଥ କ୍ଲବ ଶ୍ରୀ ଶ୍ରୀ ଶୀତଳେଶ୍ୱର ୟୁଥ କ୍ଲବର କର୍ମକର୍ତ୍ତାମାନେ ଆଜି ଗ୍ରାମକୁ ଫେରିଥିବା ପ୍ରବାସୀମାନଙ୍କୁ ସାକ୍ଷାତକରି ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେବା ସହିତ ସେମାନଙ୍କୁ କୋଭିଡ -୧୯ ସୁରକ୍ଷା କିଟ ପ୍ରଦାନ କରିଛନ୍ତି।ଯୁବକମାନଙ୍କ ଏହି କାର୍ଯ୍ୟକ୍ରମକୁ ଗ୍ରାମର ବୁଦ୍ଧିଜୀବିମାନେ ପ୍ରସଂଶା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ