ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟର ୩୧ତମ ସ୍ୱନକ୍ଷତ୍ର ଦିବସ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):୧୯୯୦ ମସିହା ଅଗଷ୍ଟ ୯ ତାରିଖ ଦିନ ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା । ପ୍ରଥମେ ଏହା +୨ କଳା ଓ ବିଜ୍ଞାନ ଶ୍ରେଣୀକୁ ନେଇ ଜଗନ୍ନାଥ ପ୍ରସାଦ ଠାରେ ତତ୍କାଳୀନ ବିଧାୟକ ସ୍ଵର୍ଗତ ଶ୍ରୀ ମାଧବାନନ୍ଦ ବେହେରାଙ୍କ ଦ୍ୱାରା ଭାରତୀ ବିନୋଦ କଳା ପରିଷଦ ଠାରେ ଶୁଭାରମ୍ଭ ହୋଇଥିଲା । ୧୯୯୪ ମସିହା ଫେବୃଆରୀ ମାସରେ ତାର ନିଜସ୍ଵ କୋଠା ନିର୍ମାଣ କରି ସ୍ଥାନାନ୍ତରିତ ହୋଇଥିଲା । ଉକ୍ତ ମହାବିଦ୍ୟାଳୟଟି ମାତ୍ର ୭୦ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ତାହା ୭୦୦ ଜଣ ପିଲା ବା ତଦୁର୍ଦ୍ଧ ରେ ପରିଣତ ହେଲାଣି । ଇତି ମଧ୍ୟରେ ୨୦୧୧ ମସିହାରେ ଏହି କଲେଜ ର ବିଭାଜନ ଘଟି ୨ଟି କଲେଜରେ ପରିଣତ ହେଲା -(+୩) ଆଞ୍ଚଳିକ ଡିଗ୍ରୀ କଲେଜ ଓ(+୨) ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ,ବର୍ତ୍ତମାନ +୨ କଲେଜଟି ଆଞ୍ଚଳିକ ହାୟର ସେକେଣ୍ଡାରି ସ୍କୁଲ (ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ), ଜଗନ୍ନାଥ ପ୍ରସାଦ ନାମରେ ପରିଗଣିତ । ଆଜକୁ ଏହି ମହାବିଦ୍ୟାଳୟଟି ୩୦ ବର୍ଷ ପାଳନ କରୁଅଛି । ତେଣୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ଉତ୍ସବ ପାଳନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଉଛି । ଶେଷରେ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜଗନ୍ନାଥ ପ୍ରସାଦର ଅଧକ୍ଷ ନୃସିଂହ ଚରଣ ପ୍ରଧାନ ।


