ଗଛ କାନ୍ଦୁଛି ଜନତା ହସୁଛି ;ଜଙ୍ଗଲ ବିଭାଗ ଶବୁ ଜାଣି ଚୁପ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଓ ଆଦିବାସୀ ଅଞ୍ଚଳ ଦିନ ଥିଲା ଲାଲ ବାହିନୀ ର ଗଡ଼| ଏଠି ଭୟ ଥିଲା ଦିନେ ଲୋକେ ରାତିରେ ବୁଲିବା ପାଇଁ ଓ ଗଛ କାଟିବା ପାଇଁ ଏପରି କି ଦୁର୍ନୀତି ମଧ୍ୟ କରିବାକୁ ଡରୁ ଥିଲେ ସରକାରୀ ବାବୁ, ଏବେ ରାଜ୍ୟ ସରକାର ଗଛ ଲଗାଇ ବାରେ ବ୍ୟସ୍ତ ସେପରି ଜନ ସାଧାରଣ ମଧ୍ୟ ଗଛ କାଟିବା ପାଇଁ ଆଗରେ | ୩୯ ଟି ପଞ୍ଚାୟତ ଓ ଚର୍ତ୍ତୁ ପାର୍ଶ୍ୱ ନୀଳ ବର୍ଣ୍ଣ ଭରା ଜଙ୍ଗଲ, ଏହା ଦେଖିବା କୁ ଅତି ସୁନ୍ଦର ଏହା କେତେ ଜୀବନ ବଞ୍ଚାଉଛି | ଲୋକ ଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନ ହାରିଦିଏ କିନ୍ତୁ ଲୋକେ ନବୁଝି ଗଛ କୁ କାଟି ଦିଅନ୍ତି | ଅଞ୍ଚଳ ର ଲୋକେ ସରକାରୀଜାଗା କୁ ଅକ୍ତିଆର କରିବା ପାଇଁ ବିଭିନ୍ନ ସମୟ ରେ ଜମି ବିବାଦ ରେ ସହ ସହ ଗଛ ବଳି ପଡ଼ୁଛନ୍ତି, ଏଠି ସରକାରୀ ବାବୁ ମାନେ ଲୋକଙ୍କୁ ବୁଝାସୁଜା କରି ଦିଅନ୍ତି କିନ୍ତୁ କେହିବି ଜଣେ କହୁ ନାହାନ୍ତି ଯେ ଏଇ ଗଛ କାଟିବା ପାଇଁ ଆରଷ୍ଟ୍ କରାଯାଉ ନିଜ ମାତଲବ୍ ରେ ସରକାରି ବାବୁ, କିଛି ଦିନ ତଳେ ବନ ଦିବସ ଗଲା ବନବିଭାଗ କେତେ ଯେ ଗଛ ଓ ଚାରା ଲଗେଇବା ସହ ବାଣ୍ଟିଲେ କିନ୍ତୁ ଆଜି ଦେଖିବେ ସେଥି ମଧ୍ୟରୁ କିଛି ଗଛ କାଡି ଦେଲେନି ବନ ବିଭାଗ | ଆଖୀ ଆଗରେ କେତେ ଚୋରା ଚାଲାଣ କାଠ କାରବାର ହେଉଛି କିନ୍ତୁ ନଜର ପାଉନି ବାବୁଙ୍କ ଏପରି ଦୀପ ତଳେ ଅନ୍ଧାର ଯେଭଳି ସେମିତି ବନବିଭାଗ କର୍ମଚାରୀ ନିଜ ଝିଅ ବାହାଘର କିମ୍ବା ନିଜ ପରିବାର ଘର ସଜାଇବା ପାଇଁ ଜବତ କରିଥିବା କାଠ କୁ ନିଜେ ବେଭାର କରନ୍ତି | ଦେଖିବାକୁ ଗଲେ ଅଡବା, ପାଣିଗଣ୍ଡା, ରାଇପଙ୍କା, ମୋହନା, ଲିଲିଗଡ଼, ଲଖାରିଜଙ୍ଗଲ,ଜରଉ, ଗୋବିନ୍ଦପୁର , ଶୁଖିଲାଆମ୍ବ, ପିଣ୍ଡିକି ଏଭଳି ଅଞ୍ଚଳ ରେ ବହୁ ଗଛ କାଟି ନଷ୍ଟ କରା ଯାଇଛି ଏବଂ କିଛି ଠିକା ଦାର ମାନେ ରାସ୍ତା ନିର୍ମାଣ ପାଇଁ ଗଛ କାଟି ପାହାଡ଼ ନଷ୍ଟ କରି ମାଟି ନେଉଛନ୍ତି କିନ୍ତୁ ବନ ବିଭାଗ ର ନଜର ନାଇ | ଜିଲ୍ଲା ବନବିଭାଗର ଅଧିକାରୀ ଯିବା ଆସିବା କିନ୍ତୁ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛନ୍ତି ତେଣୁ ଗଛ କାନ୍ଦୁଛି ଲୋକେ ହସୁଚନ୍ତି |


