ଗଜପତିରେ ଥମୁ ନାହିଁ କରୋନା ସଂକ୍ରମଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ବର୍ତ୍ତମାନ ଦିନକୁ ଦିନ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୩୧ ଜଣକୁ ମିଶାଇ ସଂଖ୍ୟା ୨୦୧୯ରେ ପହଞ୍ଚିଛି । ଆଜିର ଏହି ୩୧ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୦ଜଣ,ଗୁମ୍ମା ବ୍ଲକର ୭ଜଣ,ଗୋଷାଣୀ ବ୍ଲକର ୪ଜଣ,ନୁଆଗଡ ବ୍ଲକରୁ ୨ଜଣ,କାଶୀନଗର ବ୍ଲକରୁ ୬ଜଣ,ରାୟଗଡା ବ୍ଲକରୁ ୨ଜଣ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୨୪ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଏହି ସମସ୍ତ ସୁଚନା ଦେବା ସହ ସମସ୍ତେ କରୋନା ପାଇଁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଯେ କୌଣସି କରୋନା ଜନିତ ତଥ୍ୟ ମିଳିଲେ ପ୍ରଶାସନକୁ ତୁରନ୍ତ ସୁଚନା ଦେବାକୁ ସେ କହିଛନ୍ତି ।


