କ୍ରାନ୍ତିଦିବସରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଅଗଷ୍ଟ ୯ କ୍ରାନ୍ତିଦିବସ ଅବସରରେ ଗରାପୁରସ୍ଥିତ ଗାନ୍ଧିଛକରେ ଅବସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମି ସମିତି ଓ ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନ ପକ୍ଷରୁ ରାମଧୁନ ଗାନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । କରୋନା ସଂକ୍ରମଣର ଭୟାବହତା ଓ  ରବିବାର ସଟଡାଉନ ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସାମାଜିକ ଦ୍ୱରତା ରକ୍ଷା ଓ ମୁହଁରେ ମାସ୍କ ପିନ୍ଧି ସଂଗ୍ରାମୀ ଓ ଦାୟାଦମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ଭାଧର ମୁଦୁଲି,ସଂଗ୍ରାମୀ ଫକିର ଚରଣ ଦାସ,ସମ୍ପାଦକ ଗୋପାଳକୃଷ୍ଣ ଜେନା,ଦାୟାଦ ସଂଗଠନର କାର୍ଯ୍ୟକାରୀ ସଭାପତି କୁଳମଣି ରାଉତ,ସମ୍ପାଦକ ପଦ୍ମନାଭ ଦାସ,କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନ,ସଂଗଠନ ସମ୍ପାଦକ ତୁଷାରକାନ୍ତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ