କରୋନାର ଭୟଙ୍କର ପରିଣତି,ମା ମୃତ୍ୟୁ,୨ ଭିନ୍ନକ୍ଷମ ଅନାଥ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ରାୟଗଡ ବ୍ଲକରେ ଏକ ଅଭାବନିୟ ଘଟଣା ପରିଲକ୍ଷିତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ବିଧବା ମାଁଆଙ୍କ ଦ୍ୱାରା ପାଳିତ ହୋଇ ଆସୁଥିବା ୨ଜଣ ଭିନ୍ନକ୍ଷମ ପୁଅ ଓ ଝିଅ ଅନାଥ ହୋଇପଡିଛନ୍ତି । ଘଟଣାରୁ ପ୍ରକାଶ,୪ ବର୍ଷ ପୁର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ଭିନ୍ନ ୨ ପିଲାଙ୍କୁ ଧରି ଏହି ମାଁ ଜଣକ ବ୍ୟବସାୟ କରି ପେଟପାଟଣା କରୁଥିଲେ । ମାତ୍ର ତାଙ୍କର କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ମୃତ୍ୟୁ ଘଟିଛି । ଏଭଳି ଦୁଖଃଦ ଘଟଣା ରାୟଗଡ ବ୍ଲକର ସଦରମହକୁମାରେ ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ରାୟଗଡ ବ୍ଲକ ଓଡିଆ ସାହିର ଝୁନୁ ସୁବୁଧି (୫୧) ଶୁକ୍ରବାର କୋଭିଡ୍ ହଷ୍ପିଟାରେ ଚିକିତ୍ସାଦିନ ଅବସ୍ଥାରେ ଦେହାନ୍ତ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ୨୫ ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜନିତ ସମସ୍ୟା ଦେଖାଦେଇଛି । ତାଙ୍କୁ ସାଙ୍ଗେ ସାଙ୍ଗେ ରାୟଗଡ ମେଡିକାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ତାଙ୍କର ୨ ଭିନ୍ନକ୍ଷମ ପୁଅ ଝିଅ ବର୍ତ୍ତମାନ ଅନାଥ ଅବସ୍ଥାରେ ରହିଥିବା ବେଳେ ତାଙ୍କ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇବା ପାଇଁ ଅଞ୍ଚଳବାସୀ ଆହ୍ୱାନ କରିଛନ୍ତି ।


