ବ୍ରହ୍ମପୁର ସାଂସଦଙ୍କ ଜରିୟାରେ ମାସ୍କ୍ ବଣ୍ଟନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ଗୋଷାଣି ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଜରିଆରେ ବିଜେଡି ବ୍ଲକ ସଭାପତି ଇଶ୍ୱର ରାଓ, ପୂର୍ବତନ ଜିଲାପରିଷଦ ଅଧକ୍ଷ ରାମଚନ୍ଦ୍ର ରାଓ, ସାଂସଦ ପ୍ରତିନିଧି ଆନ୍ନା ଉମାରେଡି, ଶାନ୍ତି ଜେନା ସମସ୍ତେ ଗୋଷାଣି ବ୍ଲକର କର୍ମଚାରୀ ଏବଂ ଗୁରାଣ୍ଡି ଅଞ୍ଚଳ ଗରିବ ଶ୍ରେଣୀର ଲୋକମାନଙ୍କୁ ମାସ୍କ୍ ବଣ୍ଟନ କରିଥିଲେ । ସେହିପରି ସୋବରା, ସାନକତୁରୁ, ବଡକତୁରୁ ଇତ୍ୟାଦି ଗ୍ରାମରେ ମାସ୍କ୍ ବଣ୍ଟନ କରାଯାଇଛି । ପ୍ରାୟ ଏକ ହଜାର ମାସ୍କ ବଣ୍ଟା ଯାଇଥିବା ବ୍ଲକ ସଭାପତି ସୂଚନା ଦେଇଛନ୍ତି । ଶେଷରେ ଜଙ୍ଗଲପାଡୁ ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି ସନ୍ତୋଷୀ ନାୟକଙ୍କୁ ୧୨ଗୋଟି ଗୋଷ୍ଠି ପାଇଁ ମାସ୍କ୍ ବଣ୍ଟାନ କରାଯାଇଛି ।


