ବିଦ୍ୟାଳୟ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଛତ୍ରପୁର,(ଓ୍ବାଇଏନ୍ଏସ୍) : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜନ୍ମାଷ୍ଟମୀ ଉତ୍ସବ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଧରାପୃଷ୍ଟରେ ଅବତରଣର ଉଦ୍ଦେଶ୍ୟ ସମ୍ବନ୍ଧରେ ପ୍ରବଚନ ଦେଇଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକ, ଏ.ରାବଣା ରାଓ, ପଦ୍ମଚରଣ ସାହୁ ଓ ବିଜୟ ଲକ୍ଷ୍ମୀ ରଥ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ