ହାଇୱା ଟ୍ରକ ଧକ୍କ୍ାରେ ଟ୍ରଲି ଚାଳକ ଗୁରୁତର

କେନ୍ଦ୍ରାପଡା,( ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ୫ନମ୍ବର(କ) ଜାତୀୟ ରାଜପଥର ଦୁହୁରିଆ ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲିକୁ ଗୋଟିଏ ହାଇୱାଟ୍ରକ ଧକ୍କା ଦେବାରୁ ଟ୍ରଲିଚାଳକ ଗୁରୁତ୍ତର ହୋଇଥିବା ଜଣାପଡିଛି । ଗୁରୁତର ଟ୍ରଲି ଚାଳକଙ୍କ ପରିଚୟ ବିଞ୍ଝାରପୁର ଥାନା ଅନ୍ତର୍ଗତ ବିତିପୁର ଗ୍ରାମର ମୀର ଇସାଙ୍କ ପୁଅ ମୀର ଲୋକମାନ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସେ କେନ୍ଦ୍ରପଡା ସହରସ୍ଥିତ ଦିଲାରପୁର ଶ୍ୱଶୁରଘରେ ରହି ଟ୍ରଲି ଚାଳନା କରି ପରିବାର ଜୀବିକା ନିର୍ବାହ କରୁଥିଲେ । ସୋମବାର ସେ ଟ୍ରଲି ନେଇ ମାଲ ଆଣିବାକୁ ଯାଇଥିବା ବେଳେ ୫ନମ୍ବର(କ) ଜାତୀୟ ରାଜପଥର ଦୁହୁରିଆ ନିକଟରେ ତାଙ୍କୁ ଏକ ହାଇୱା ଟ୍ରକ ଧକ୍କା ଦେବାରୁ ତାଙ୍କର ବାମଗୋଡଟି ଭାଙ୍ଗିଯିବା ସହ ଡାହାଣ ଗୋଡଟି ମଧ୍ୟ କ୍ଷତିଗ୍ରସ୍ତ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ