ଧୋକାବାଜ଼ ପ୍ରେମିକ

ଶେରଗଡ଼,( ବିଭୁ ପ୍ରସାଦ ଦାଶ):  ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମର କଂଗ୍ରେସ ସେଠୀଙ୍କ ପୁଅ ସମୀର ସେଠୀ (୨୨) ବିଜୟୱାଡା ଏକ ସୂତା କଳ ରେ କାମ କରୁଥିବା ବେଳେ ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ନିକଟସ୍ଥ ଏକ ଗ୍ରାମ ର ଝିଅ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ତିନି ବର୍ଷ ଧରି ଚାଲିଥିବା ବେଳେ ଉଭୟ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠି ଥିଲା । ଏମିତି କିଛି ଦିନ ଗଲା ପରେ ଯେତେବେଳେ ଝିଅ ଟି ୮ ମାସର ଗର୍ଭବତୀ ହୋଇଥିଲା । ଗର୍ଭବତୀ ହେବାର ଖବର ଜାଣି ପୁଅଟି ସେହି ସ୍ଥାନରୁ ଫେରାଇ ହୋଇଥିଲା । ଫଳରେ ଝିଅର ପରିବାର ଲୋକେ ପୁଅର ଘର କୁଲାଗଡ଼କୁ ଯାଇ ଥିବା ବେଳେ ପୁଅ ଘର ଲୋକ ଘରେ ତାଲା ମାରି କେଉଁ ଆଡେ ଚାଲି ଯାଇଥିଲେ । ଏ ନେଇ ଝିଅ ର ପରିବାର ପକ୍ଷରୁ ୦୨/୦୮/୨୦୨୦ ତାରିଖରେ ହିଞ୍ଜିଳି ଥାନା କେଶ ନଂ ୨୬୭/୨୦୨୦, ୨୭୬(୨)(n) IPC ରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ବୁଧବାର ସନ୍ଧ୍ୟାରେ ସମାଜ ସେବୀ ପାର୍ବତୀ ବେହେରାଙ୍କ ଓ ଯୁବତୀଙ୍କ ପରିବାର ବର୍ଗ ଉକ୍ତ ଗ୍ରାମକୁ ଯାଇ ସରପଞ୍ଚ ଓ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ପରିବାର ବର୍ଗ ଝିଅକୁ ସେହି ଗ୍ରାମର ଉକ୍ତ ଯୁବକର ବାରଣ୍ଡାରେ ଝିଅକୁ ଛାଡି ଚାଲିଆସିଥିଲେ । ସମାଜ ସେବୀ ପାର୍ବତୀ ବେହେରା ଗ୍ରାମ ବାସୀଙ୍କ ଉପସ୍ଥିତିରେ ଦାବି କରିଥିଲେ ଯେ ଉଭୟ ପୁଅ ଓ ଝିଅଙ୍କୁ ବିବାହ କରାଇ ଝିଅକୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ । ଯେ ହେତୁ ସମୀର ସେଠି ଓ ତାର ପରିବାର ଲୋକେ ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଥିଲେ, ଶେଷରେ ଝିଅଟି ଉପାୟ ଶୂନ୍ୟହୋଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରି ରହିଥିଲେ ।ଆଜି ସକାଳେ ସମୀର ସେଠୀ ର ପରିବାର ଲୋକେ ଆସି ଝିଅ କୁ ଟଣା ଓଟରା କରି ଚାପୁଡ଼ା ମାରି ଘରୁ ବାହାର କରିଦେଇଥିଲେ ଝିଅ ଉପାୟ ଶୂନ୍ୟ ହୋଇ ଘର ବାରଣ୍ଡା ରେ ବସି ରହିଛି ପୀଡ଼ିତା ଙ୍କୁ ଯଥା ସମ୍ଭବ ନ୍ୟାୟ ମିଳୁ ବୋଲି ସାଧାରଣରେ ରେ ଦାବି ଜୋର ଧରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ