ଜିଲ୍ଲା ଟପ୍ପର ଛାତ୍ରକୁ ସମ୍ବର୍ଦ୍ଧନା

ନାଉଗାଁ,: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମେମୋରିଆ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ର ଶୁଭପ୍ରତ୍ୟୁଷ ତ୍ରିପାଠୀ ୬୦୦ ମାର୍କରୁ ୫୫୫ ନମ୍ବର ରଖି ରାଜ୍ୟରେ ୧୭ତମ ସ୍ଥାନରେ ଥିବା ବେଳେ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଶୁଭପ୍ରତ୍ୟୁଷ ଏହି ସଫଳତା ହାସଲ କରିଥିବାରୁ କ୍ୟାରିଅର ଫୋକସ କୋଚିଙ୍ଗି ସେଂଟରର ପରିଚାଳନା ନିର୍ଦ୍ଦେଶକ ଶଶୀଭୂଷଣ ମହାନ୍ତି ତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଶୁଭପ୍ରତ୍ୟୁଷ ଏହି ସଫଳତା ପାଇଁ ଜଗତସିଂହପୁରସ୍ଥିତ କ୍ୟାରିଅର ଫୋକସ କୋଚିଙ୍ଗ ସେଂଟରର ପରିଚାଳନା ନିର୍ଦ୍ଦେଶକ ଶଶୀଭୂଷଣ ମହାନ୍ତି ଓ ଶର୍ମିଷ୍ଠା ମହାନ୍ତିଙ୍କୁ ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ