ଅରଖପାରି ଗ୍ରାମରେ ମାଙ୍କଡ ଆକ୍ରମଣ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅଲଣା ପଂଚାୟତ ଅନ୍ତର୍ଗତ ଅରଖପାରୀ ଗ୍ରାମରେ ମାଙ୍କଡଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ମାଙ୍କଡଙ୍କ ଆକ୍ରମଣ ଯୋଗୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଗ୍ରାମର ଶୁକଦେବ ଭୋଇଙ୍କୁ ମାଙ୍କଡ ଆକ୍ରମଣ କରି ଜଙ୍ଘକୁ କାମୁଡି ଗୁରୁତର କରି ଦେଇଥିବା ଦେଖିବାକୁ ମିଳିଛି | ପରିବାର ଲୋକେ ଶୁକଦେବକୁ ପ୍ରଥମେ ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭର୍ତି କରିଥିଲେ।ସେଠାରେ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସେହି ଗ୍ରାମର ବରଦା ପ୍ରସନ୍ନ ମହାନ୍ତି, ଅମୀୟ ପରିଡାଙ୍କ ସମେତ ୫ ଜଣରୁ ଉର୍ଦ୍ଧ ଲୋକଙ୍କୁ ମଧ୍ୟ ଆକ୍ରମଣ କରି ଖଣ୍ଡିଆ ଖାବରା କରି ଦେଇଥିବା ଜଣାଯାଇଛି। ଯାହାଫଳରେ ସ୍ଥାନୀୟ ଲୋକ ରାସ୍ତାରେ ଯାତାୟତ କରିବାକୁ ଭୟ କରୁଛନ୍ତି । ବନ ବିଭାଗର ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।