କରୋନା ରୁ ସୁସ୍ଥ ହେବାପରେ ଖୋଲିଲା କ୍ଲିନିକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଯଶିପୁର ସ୍ଥିତ ଲଳିତ ପଥୋ କ୍ଲିନିକ ର ମାଲିକ ଲଳିତ ମହାନ୍ତ କୋଭିଡ ରେ ଆକ୍ରାନ୍ତ ହୋଇ ବାରିପଦା ସ୍ଥିତ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ରେ ଚିକତ୍ସା ହୋଇ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରି ସରକାରଙ୍କ ନିର୍ଦେଶ ମୁତାବକ ୧୪ ଦିନ ହୋମ କରେନଟାଇନ ରହିଥିଲେ l ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାର ,କ୍ଲିନିକ ସଦସ୍ୟ କିମ୍ବା କୌଣସି ରୋଗୀ ସଂକ୍ରମଣ ର ଶିକାର ହୋଇନାହାନ୍ତି l ଏ ଅଞ୍ଚଳର ୪୦ ରୁ ୫୦ ପ୍ରତିଶତ ରୋଗୀ ଏହି ପଥୋ କ୍ଲିନିକ ଉପରେ ନିର୍ଭର କରିଥାନ୍ତି l ଦୀର୍ଘ ୨୮ ଦିନ ଧରି କ୍ଲିନିକ ବନ୍ଦ ଥିବାରୁ ପ୍ରତିଦିନ କିଛି ରୋଗୀ ଫେରୁଥିବାର ଲକ୍ଷ କରାଯାଉଥିଲା l ଏହି କ୍ଲିନିକ ର ବିଶେଷତ୍ୱ ହେଉଛି ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି l ସୂଚନା ଯାଗ୍ୟଯେ ଏହି କ୍ଲିନିକ ର ମାଲିକ ଲଳିତ କୁମାର ମହାନ୍ତ ବର୍ଷକୁ ୨ ଥର ସ୍ୱଇଚ୍ଛା ରେ ରୋଗୀ ମାନଙ୍କୁ ରକ୍ତ ଦାନ କରିଥାନ୍ତି l ବର୍ତମାନ ସେ ପ୍ଳାଜ଼ମା ଦାନ କରିବେ ବୋଲି ତାଙ୍କ ନାମ ପଞ୍ଜିକୃତ କରିଛନ୍ତି l କରନା ସଂକ୍ରମଣ ରେ ପୀଡିତ ଗୁରୁତର ରୋଗୀ ଙ୍କୁ ପ୍ଳାଜ଼ମା ଦାନ କରିବା ପାଇଁ କରନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କୁ ସଚେତନ କରୁଛନ୍ତି l ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲ ରୁ ପ୍ରଶଂସା ମିଳିଛି l ପୂର୍ବତନ ବିଧାୟକ ଶମ୍ବୁ ନାଥ ନାଏକ ,କଂଗ୍ରେସ ବ୍ଲକ ସଭାପତି ମହେନ୍ଦ୍ର ନାଥ ନାୟକ ,ଯାମଦା ସାହି ସରପଞ୍ଚ ଜ୍ୟୋତ୍ସ୍ନା ମୟୀ ନାଏକ ,କୁଡୁମି ସେନା ରାଜ୍ୟ ସଭାପତି ,ଦିବ୍ୟସିଂ ମହାନ୍ତ,ସମାଜ ସେବି ମାନସରଞ୍ଜନ ମହାନ୍ତ ,ଦୁଃଶାସନ ବେହେରା ,ଡାକ୍ତର ରଞ୍ଜନ କୁମାର ଶିଖର ଶେଖ ଇମ୍ରାନ ,ଭବାନୀ ଶଙ୍କର ମହାନ୍ତ ,ନିହାରରଞ୍ଜନ ମହାନ୍ତ ,ସୋମନାଥ ମହାନ୍ତ,ଅବଦୁଲ ଓହୀଦ ଓ ବଜରଙ୍ଗ ଦଳର ପ୍ରଦୀପ କୁମାର ବେହେରା ଙ୍କ ସମେତ ଗଣମାଧ୍ୟମ ର ପ୍ରତିନିଧି ମାନେ ଅଭିନନ୍ଦନ ଜଣାଇଛନ୍ତି l