ବ୍ଲକ ଅଧକ୍ଷକଙ୍କ ଘରେ ଭିଲିଲାନ୍ସ ରେଡ୍
ନବରଙ୍ଗପୁର, ( ଯୁଗାବ୍ଦ ନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ତଥା ଲ୍ୟାମ୍ପସ ସଭାପତିଙ୍କ ଘରେ ଆୟବର୍ହିଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ଟିମ୍ ବୁଧବାର ସକାଳେ ରେଡ୍ କରିଛି । ସଭାପତି ଟିକମସିଂ ନାୟକଙ୍କ ହଳଦୀସ୍ଥିତ ବାସଭବନ ରେ ଚଢାଉ କରିିଛି । ଚଢାଉ ବେଳେ ଚନ୍ଦାହାଣ୍ଡିରେ ୫ ଟି ପ୍ଲଟ୍ , ୧୦ ଏକର ଚାଷ ଜମି ଏବଂ ୭,୫୨୦୦୦ ଟଙ୍କାର ତାଙ୍କ ନାମରେ ଜୀବନ ବୀମା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ତଦନ୍ତଜାରୀ ରହିଥିବା ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ କହିଛନ୍ତି ।


