ପୋର୍ଟ ବଣିକ ସଂଘ ପକ୍ଷରୁ ୭୪ତମ ସ୍ଵାଧୀନତା ଦିବସ ପାଳିତ
ପାରାଦୀପ,( ପିତବାସ ପ୍ରଧାନ): ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ୭୪ତମ ପବିତ୍ର ସ୍ଵାଧୀନତା ଦିବସ ବଡପଡ଼ିଆ ସ୍ଥିତ ବଣିକ ସଂଘ କାର୍ୟ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି। ସଙ୍ଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଜାତୀୟ ଉତ୍ସବ ରେ ସମ୍ପାଦକ ଶ୍ରୀ ଦେବବ୍ରତ ସାହୁ, ଉପ ସଭାପତି ଶ୍ରୀ ଅନାଦି ଚରଣ ପରିଡ଼ା, ସୂର୍ଯ୍ୟ କାନ୍ତ ସାହୁ, ଚନ୍ଦ୍ର ଶେଖର ମହାପାତ୍ର, ଅୟସ କାନ୍ତ ସାମଲ ,ରାଜେନ୍ଦ୍ର ବଳ ପ୍ରମୁଖ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରି ଥିଲେ। ବଣିକ ସଂଘର ସଭାପତି ଶ୍ରୀସନ୍ତୋଷ କୁମାର ପଟ୍ଟନାୟକ ସାମ୍ପ୍ରତିକ ପରିସ୍ଥିତି ରେ କରୋନା ମହାମାରୀ ବ୍ୟବସାୟୀ ଭାଇ ମାନଙ୍କ ବ୍ୟବସାୟ କୁ ଗୁରୁତର ପ୍ରଭାବିତ କରିଛି।ତଥାପି ବ୍ୟବସାୟୀ ଭାଇ ମାନେ ପରିସ୍ଥିତି ର ସଫଳ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ବଣିକ ସଂଘର ଅଧିଷ୍ଠାତ୍ରୀ ଦେବୀ ମାଆ ଦୁର୍ଗାଙ୍କ ପାଖରେ ସମସ୍ତ ଙ୍କର ମଙ୍ଗଳ କାମନା କରିଥିଲେ।


