ପାରାଦୀପ ବନ୍ଦର ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ
ପାରାଦୀପ,(ପିତବାସ ପ୍ରଧାନ):ପାରାଦୀପ ବନ୍ଦର ତରଫରୁ ୭୪ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।କରୋନା ପାଇଁ ଚଳିତ ବର୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ଯାରେଡ୍ ରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇନଥିବା ବେଳେ କେବଳ ସି.ଆଇ.ଏସ୍.ଏଫ୍ ଓ ଅଗ୍ନିଶମ ବିଭାଗର ଯବାନମାନେ ପ୍ୟାରେଡ୍ ରେ ଯୋଗଦାନ କରିଥିଲେ ।


