ଯୁବକ ଙ୍କ ଆତ୍ମହତ୍ୟା ଚେତାବନୀ ପରେ ବିଧାୟକ ଓ ପ୍ରଶାସନ ର ସହଯୋଗ

ଗଂଜାମ , (ଓ୍ବାଇଏନ୍ଏସ୍):ସ୍ଥାନୀୟ ବିଧାୟକ  ସୁବାଷଚନ୍ଦ୍ର ବେହେରାଙ୍କ ହସ୍ତକ୍ଷେପ ପରେ ଓ ପ୍ରଶାସନର ସହଯୋଗ ରେ ଦୁର୍ଘଟଣାରେ ଆହତ ହୋଇ ଗୋଡ଼ଟି ନଷ୍ଟ ହୋଇଯାଇଥିବା ସନ୍ତୋଷ ସେଠୀ ଙ୍କୁ ଗତ ଶନିବାର ଦିନ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର MKCG. ମେଡିକେଲ ରେ ଭର୍ତ୍ତିକରାଯାଇଥିବା ଦେଖାଯାଇଛି ।
ଗଞ୍ଜାମ ସହରର ଏକ ନମ୍ବର ୱାଡ଼ ର ଷ୍ଟେସନ ନିକଟ ରେ ରହୁଥିବା ସନ୍ତୋଷସେଠୀ ଭାଇର ଶବ ସତ୍କାର କରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ବାମ ଗୋଡ଼ଟି ଶରୀରରୁ ବାହାରି ପଡିଥିଲା । ବିଭିନ୍ନ ମେଡିକାଲ ରେ ଚିକିତ୍ସା କରି ଲକ୍ଷଧିକ ଟଙ୍କା ଖର୍ଚ୍ଚ କରି କରିଥିଲେ ମଧ୍ୟ ଗୋଡ଼ଟି ଭଲ ହୋଇପାରି ନଥିଲା । ଆର୍ଥିକ ଅଭାବ ଯୋଗୁଁ ଚିକିତ୍ସା କରିନପାରି ଗତ ଚାରିମାସ ଧରି ଘରେ ପଡିରହିଥିବା ବେଳେ ଗୋଡ଼ଟିରେ ଲୁହାରଡ଼ ଲାଗିରହିଥିବାରୁ ସେପ୍ଟିକ ହେବା ଆରମ୍ବ ହୋଇଥିଲା ।ଯାହାକୁ ନେଇ ପରିବାର ଲୋକେ ଚିକିତ୍ସା ପାଇଁ ପ୍ରଶାସନ ନିକଟରେ ଆକୁଳନିବେଦନ କରିଥିଲେ । ଅନ୍ୟପଟେ ପ୍ରଶାସନ ଚିକିତ୍ସା ନ କଲେ ଆତ୍ମହତ୍ୟା କରିବେ ବୋଲି ସନ୍ତୋଷ କହିଥିଲେ ।ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶିତ କରାଯାଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଖବର ଦେଖିବା ପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ରବେହେରା , ଅସୁସ୍ଥ ଯୁବକ ଙ୍କ ସହ କଥା ହେବା ସହ ଏହାର ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲାଚିକିତ୍ସାଧିକାରୀ ଙ୍କ ସହ ଆଲୋଚନା କରି ଚିକିତ୍ସା ବେବ୍ୟବସ୍ଥା କରିଥିଲେ । ଗତ ଗୁରୁବାର ଦିନ ଗଂଜାମ ତହସିଲଦାର ଅବନୀକୁମାର ସାହୁ ଡାକ୍ତର ଙ୍କୁ ନେଇ ସନ୍ତୋଷ ଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିବା ଉକ୍ତ ସମୟରେ ଗଞ୍ଜାମ ଏନଏସି କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ଉପସ୍ଥିତି ଥିଲେ । ଶନିବାର ଦିନ ତହସିଲଦାର ସାହୁଙ୍କ ନିର୍ଦ୍ଦେଶ ରେ ଗଞ୍ଜାମ ଆରଆଇ ରବି ପାତ୍ର ଅସୁସ୍ଥ ଯୁବକ ଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଇ ଆମ୍ବୁଲାନ୍ସ ସାହାଯ୍ୟରେ ବ୍ରହ୍ମପୁର MKCG ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା । ସେଠାରେ ଦୀର୍ଘ ସମୟ ଧରି ପଡିରହିଥିଲେ ବି କେହି ଚିକିତ୍ସା କରିନଥିଲେ । ପରେ ବିଧାୟକ ବେହେରା ସିଡ଼ିଏମ ଓ ଅସ୍ତିଶଲ୍ୟ ବିଭାଗ ର ମୁଖ୍ୟ ଡାକ୍ତର ସହ ଆଲୋଚନା କରିବା ପରେ ଚିକିତ୍ସା ଆରମ୍ବ  ସହ ରହିବ ପାଇଁ କେବିନ ବେବ୍ୟବସ୍ଥା ହୋଇଥିଲେ ।ଏହା ପୂର୍ବରୁ କଂଗ୍ରେସ ର ଏକ ପ୍ରତିନିଧି ଦଳ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଯାଇ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଓ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସହ ଚିକିତ୍ସା ବେବ୍ୟବସ୍ଥା କରିବା ପାଇଁ ଜିଲ୍ଲାପ୍ରଶାସନ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ