ବାଜପେୟୀ ଟ୍ରଷ୍ଟ ଦ୍ୱାରା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ବୃକ୍ଷ ରୋପଣ
ପାରାଦୀପ,(ପିତବାସ ପ୍ରଧାନ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁର୍ଣ୍ୟ ତିଥି ଅବସରରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାରାଦୀପ ବାଜପେୟୀ ଟ୍ରଷ୍ଟ ଦ୍ବାରା ଟ୍ରଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ଶ୍ରୀ ସମ୍ପଦ ସ୍ବାଇଁ, ଟ୍ରଷ୍ଟର ଅଧ୍ଯକ୍ଷ ଶ୍ରୀ ଅଜିତ୍ ଦାସ, ଉପାଧ୍ୟକ୍ଷ ଶ୍ରୀ ଚରଣ ବିଶ୍ବାଳ,ସାଧାରଣ ସମ୍ପାଦକ ଅରୁଣ ସ୍ବାଇଁ, ପାରାଦୀପ ମଣ୍ଡଳ ଓ ଜିଲ୍ଲା ଯୁବ ସଭାପତି ଶ୍ରୀ ସୁବ୍ରତ ପ୍ରଧାନ, କୈଳାସ ସାହୁ, ସର୍ବଶ୍ବର ବଳିଆରସିଂ ଓ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତରେ ବ୍ରାହ୍ମଣଙ୍କ ମନ୍ତ୍ରପାଠ ମାଧ୍ୟମରେ ବାଜପେୟୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ପରେ ପରେ ଶ୍ରୀ ସମ୍ପଦ ସ୍ବାଇଁଙ୍କ କରକମଳରେ ଟ୍ରଷ୍ଟ ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା।


