ହିଂଜିଳିରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
ହିଂଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ପରାମର୍ଶ କ୍ରମେ ଗୁରୁବାର ହିଂଜିଳି ଥାନା ପୋଲିସ ପକ୍ଷରୁ ଏକ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ, ତ୍ରିରଙ୍ଗା ଯୁବକ ସଙ୍ଘ, ଡ଼ିସକଭରିର ସ୍ୱେଛାସେବୀ ଓ ସହରର ବହୁ ଯୁବସମାଜ ଯୋଗଦେଇ ହିଂଜିଳିକାଟୁ ସ୍ୱଂୟଶାସିତ ବିଞାନ ମହାବିଦ୍ୟାଳୟ ସମ୍ମୁଖରୁ ଏକ ର୍ୟାଲିରେ ବାହାରି ବ୍ୟାନର, ହାତରେ ପ୍ଳାକାର୍ଡ଼ ଧରି ଓ ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସମନ୍ଧୀୟ ନେଇ ଜନସଚେତନତା ସୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ସବୁଜ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ପରବର୍ତି ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେଏକ ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଏଡ଼ିଏମ ଲକ୍ଷ୍ମୀକାନ୍ତ ସେଠି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ବିଜେଡ଼ି ନେତା ତଥା ପୂର୍ବତନ ଗ୍ରୀଟ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ଓଏଚଆରଡ଼ିସିର ଅଧ୍ୟକ୍ଷ ଡ଼ି, ବିଶ୍ୱନାଥ, ଗଂଜାମ ଜିଲ୍ଲା ମୋଟର ପରିବହନ ନିରୀକ୍ଷକ ସବିର କୁମାର ଦଳାଇ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଅତିଥି ମାନେ ଉଦବୋଧନ ଦେଇ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ସହ ସଡ଼କ ଓ ଟ୍ରାଫିକ ନିୟମ ଉପରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷାର୍ଥୀ, ବିଭିନ୍ନ ସଙ୍ଗଠନର କର୍ମକର୍ତା ଓ ବରିଷ୍ଟ ନାଗରିକଙ୍କୁ ଦୁଇ ଚକିଆ ଗାଡ଼ି ଚଲାଇବା ସମୟରେ ହେଲମେଟ ପିନ୍ଧିବା ସହ ଟ୍ରାଫିକ ନିୟମକୁ ମାନିବା, ମଦ୍ୟପାନ କରି ଗାଡ଼ି ନଚଲାଇବା, ଗାଡ଼େି ଚଲାଇବା ସମୟରେ ମୋବାଇଲରେ କଥା ନହେବା, ଦୃତ ଗତିରେ ଗାଡ଼ି ନଚଲାଇବା, ସିଟ୍ବେଲ୍ଟ ପରିଧାନ କରିବା, ଟଭରଟେକ ନକରିବା ସମେତ ଟ୍ରାଫିକର ନିୟମାବଳୀ ଉପରେ ସଚେତନ କରିଥିଲେ । ଏ ଅବସରରେ ଏଲଇଡ଼ି ମାଧ୍ୟମରେ ସଡ଼କ ସୁରକ୍ଷା ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ଗାୟତ୍ରୀ ଇନଷ୍ଟୁଟ ଅଫ୍ କମ୍ପ୍ୟୁଟର ମ୍ୟାନେଜମେଂଟର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସଚେତନତା ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ପରବର୍ତି ସମୟରେ କୁଇଜ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ୱରୁପ ହେଲମେଟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରରେ ପୂର୍ବତନ ବିଧାୟକ ହରିହର ସାହୁ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ପୌରାଂଚଳ ଯୁବ ବିଜେଡ଼ି ସଭାପତି ସଂଜୟ କୁମାର ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ବିଜେପିର ବରିଷ୍ଟ ନେତା ଦେବାନନ୍ଦ ମହାପାତ୍ର, ପୋଚିଲିମା ସଂରପଚ ଭାଣ୍ଡି ରବିନ୍ଦ୍ର, ଜି. ମୋହନ, ବୁରୁପଡ଼ା ସରଂପଚ ଉମା ସାବତ, ବଡ଼ଖଣ୍ଡି ସରଂପଚ କେ. ଦୁର୍ଗା ପ୍ରସାଦ ରାଓ,, କାଳିଆ ସାହୁ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, କିରଣ ପଟ୍ଟନାୟକ, ବହୁ ସରଂପଚ, ସମିତିସଭ୍ୟ, ଗାୟତ୍ରୀ ଇନଷ୍ଟୁଟ ଅଫ୍ କମ୍ପ୍ୟୁଟର ମ୍ୟାନେଜମେଂଟର ନିର୍ଦ୍ଦେଶିକା ସସ୍ମିତା ପଟ୍ଟନାୟକ, ତ୍ରିରଙ୍ଗା ଯୁବକ ସଙ୍ଘ, ଡ଼ିସକଭରିର ସ୍ୱେଛାସେବୀ, ସରକାରୀ ବୃନ୍ଦାବନ ବିଦ୍ୟାପିଠର ଶିକ୍ଷାର୍ଥା, ଆମ ପୋଲିସ ସମିତିର ସଭ୍ୟ, ବହୁ ବରିଷ୍ଟ ନାଗରିକ ଓ ସହରର ବହୁ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ । ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ମଂଚ ପରିଚାଳନା କରିଥିବା ବେଳେ ଥାନା ଏସଆଇ ମମତା ସାମନ୍ତ, ଏଏସଆଇ ରାଜନ ବିଷୋୟୀ, ବିଦେଶୀ ସେଠି, ହାବିଲଦାର ସୁବାଷ ଚନ୍ଦ୍ର ଅଧିକାରୀ, ରାଜିବ କୁମାର ପାଢି, ବସନ୍ତ ଉପାଧ୍ୟାୟଙ୍କ ସମେତ ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।