ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ବର,(ଓ୍ବାଇଏନ୍ଏସ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବିଜ୍ଞାନ ଫଳ ପ୍ରକାଶ ପାଇ ଥିବା ବେଳେ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ୩୧ ତାରିଖ ପୂର୍ବରୁ ପ୍ରକାଶ ପାଇବ +୨ କଳା ପରୀକ୍ଷାଫଳ କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


