ଟ୍ରାକ୍ଟର ଓଲଟି ୨ମୃତ ଜଣେ ଗୁରୁତର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ମୃତ ୧ଗୁରୁତର। ମୋରଡ଼ା ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥ ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତାର ଝିଙ୍କିରିଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ମଙ୍ଗଲ ମୁର୍ମୁ ଓ ଭୁଣ୍ଡା ମୁର୍ମୁ । ବୟସ ପାଖାପାଖି ୨୦ । ଗୁରୁତର ଦୁଃଖିଆ ହେମ୍ବ୍ରମ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି  ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଏବଂ ଗୁରୁତର ସମସ୍ତେ ମୋରଡ଼ା ଥାନା ଅନ୍ତର୍ଗତ ବରକନ୍ଦ ପଞ୍ଚାୟତ ତେନ୍ତୁଳିବାଟି ଗ୍ରାମର ବୋଲି ଜଣାପଡିଛି। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ଟ୍ରାକ୍ଟରରେ ଛଅଜଣ ଥିବା ବେଳେ ଚାରିଜଣଙ୍କ ଉପରେ ଗାଡିର ଇଞ୍ଜିନ ଚାପି ହୋଇ ଯାଇଥିଲା । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ