ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ପିଆରଏମ୍ ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ ହୋଇଛି। ରୋଗୀଙ୍କୁ ପାଣିଆ ଡାଲି, ସହିତ ନିମ୍ନମାନର କ୍ଷୀର ଆଦି ଦିଆଯାଉଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ସାମାଜିକ ସଂଗଠନ ଯୁବ ସମାଜ, ମୟୂରଭଞ୍ଜ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ସଂଗଠନର କର୍ମକର୍ତ୍ତା ଖାଦ୍ୟ ଯୋଗାଣକାରୀ ସଂସ୍ଥା ପକ୍ଷରୁ ଖାଦ୍ୟ ଦିଆଯାଉଥିବାବେଳେ ମାନ ଯାଞ୍ଚ କରାଯାଇଥିଲା। ପରେ ସିଡିଏମ୍ଓଙ୍କୁ ଘଟଣାସମ୍ପର୍କରେ ସୂଚନା ଦିଆଯାଇଥିଲା। ସିଡିଏମ୍ଓ ଘଟଣାସ୍ଥଳକୁ ଆସି ରୋଗୀଙ୍କ ପାଇଁ ଆସିଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ପିଆରଏମ୍ ଅଧୀକ୍ଷକ ଆସନ୍ତାକାଲି ଏନେଇ ତଦନ୍ତ କରିବେ ବୋଲି କହିଛନ୍ତି।


