ଧୋନିଙ୍କ ବିଦାୟ ଦୁଃଖରେ ଭାରତୀୟ
ଭୁବନେଶ୍ୱର , (ଓ୍ବାଇଏନ୍ଏସ୍): ପ୍ରତ୍ୟକ ମଣିଷ ମନରେ ବହୁତ ସ୍ୱପ୍ନ ଥାଏ ନିଜର ସ୍ୱପ୍ନକୁ ନେଇ ସେ ଆଗାମୀ ଭବିଷ୍ୟତ ଚିନ୍ତା କରିଥାଏ | ପୃଥିବୀରେ ଏମିତି ବହୁତ ମଣିଷ ଅଛନ୍ତି ଯେଉଁମାନେ ସ୍ୱପ୍ନ ଭି ଦେଖନ୍ତି ଓ ତାକୁ ସାକାର ମଧ୍ୟ କରନ୍ତି | ଏମିତି ଏକ ବ୍ୟକ୍ତି ଥିଲେ ମହେନ୍ଦ୍ର ସିଂ ଧୋନି ଯିଏ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ବୋହୁ ସଂଘର୍ଷ କରିଥିଲେ ଓ ଶେଷରେ ନିଜର ଲକ୍ଷ ସ୍ଥଳରେ ପହଞ୍ଚିଲେ କିନ୍ତୁ ସବୁ କାର୍ଯ୍ୟ ର ଆରମ୍ଭ ଓ ଶେଷ ମଧ୍ୟ ଥାଏ | ମହେନ୍ଦ୍ର ସିଂ ଧୋନି ଆମ ଦେଶର ଜଣେ ବିଶିଷ୍ଟ କ୍ରିକେଟର ତାଙ୍କର ଖେଳରେ ସେ ସବୁ ଦେଶ ବାସୀଙ୍କର ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି , କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ବିଶ୍ୱ ପ୍ରସିଦ୍ଧ କ୍ରିକେଟର ମହେନ୍ଦ୍ର ସିଂ ଧୋନି କ୍ରିକେଟ ଖେଳରୁ ବିଦାୟ ନେଉଛନ୍ତି | ସେ ଦୀର୍ଘ ୧୫ ବର୍ଷ ଧରି ଏକ ବିଶିଷ୍ଟ ଖେଳାଳି ଭାବରେ ରହି ପ୍ରତ୍ୟକ ଭାରତୀୟ ମନକୁ ଜିତି ପାରିଛନ୍ତି | କେବଳ ଭାରତରେ ନୁହେ ପୁରା ବିଶ୍ୱରେ ସେ ନିଜ ରେକଡ଼ ସୃଷ୍ଟି କରିଛନ୍ତି | କିନ୍ତୁ ସେ କ୍ରିକେଟ ରୁ ବିଦାୟ ନେବା ଖବର ପ୍ରସାରିତ ହେବା ପରେ କ୍ରିକେଟପ୍ରେମୀ ମାନଙ୍କ ମନରେ ଘୋର ଦୁଃଖ ଆଣିଦେଇଛି | କ୍ରିକେଟପ୍ରେମୀ ମାନେ ଏହି ବିଷୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି | ତାଙ୍କୁ ବିଦାୟ ଦେବାକୁ ନେଇ ଜଣେ କ୍ରିକେଟପ୍ରେମୀ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ବାଲୁକାରେ ମହେନ୍ଦ୍ର ସିଂ ଧୋନି ଙ୍କର ଚିତ୍ର ଅଙ୍କନ କରି ତାଙ୍କୁ ସମ୍ବର୍ଧନା ଦେଇଥିଲେ | ତା ସହ ସେ କ୍ରିକେଟ ଜଗତରୁ ବିଦାୟ ନେଉଥିବାରୁ ଘୋର ଦୁଃଖ ପ୍ରକାଶ କରିଥିଲେ |