ଚୋରା ଗୋରୁ ଚାଲାଣ ଗାଡି ଅଟକ; ଅଭିଯୁକ୍ତ ଫେରାର
ତିର୍ତୋଲ, ( ଅଭିଷେକ ତ୍ରିପାଠୀ ):ଦିନକୁ ଦିନ ଗୋ ଚାଲାଣ ରାକେଟ ସକ୍ରିୟ ହେଉଥିବା ବେଳେ ଆଜି ମାଧ୍ୟାନ୍ନ ସମୟରେ ଏକ ବୋଲେରୋ ପିକଅପ( ଓଡି ୦୫ଏକ୍ଯୁ ୪୦୬୭) ଗାଡ଼ି କଟକ -ପାରାଦୀପ ରାସ୍ତାର ବାଲିପାଟଣା ଗଡା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ସ୍ଥାନୀୟ ଲୋକ ଉକ୍ତ ଗାଡି ନିକଟକୁ ଯାଇ ଦେଖନ୍ତି ତ ଗାଡି ମଧ୍ୟରେ ୨୫ ଟି ଛୋଟ ବାଛୁରୀ ଗୋଡ ବନ୍ଧା ଅବସ୍ଥାରେ ଅତି ଦହନିୟ ଅବସ୍ଥାରେ ପଡିଥିଲା ବେଳେ ସେହି ରାସ୍ତା ଦେଇ ଯାଉଥିବା ବଜରଙ୍ଗ ଦଳର କର୍ମୀ ବିଧାନ ପଟନାୟକ ବାଛୁରୀ ଗୁଡିକୁ ଗୋଡ ଖୋଲି ଗାଡି ମଧ୍ୟରୁ ଉଦ୍ଧାର କରିଥିଲେ l ପରେ ତିର୍ତୋଲ ପୋଲିସ କୁ ଖବର ଦିଆଯିବା ପରେ ପୋଲିସ ସେଠାରେ ପହଞ୍ଚିବା ସହିତ ବଜରଙ୍ଗ ଦଳର ଅନ୍ୟ କର୍ମୀ ମାନେ ସେଠାରେ ପହଁଚିବା ପରେ ପୋଲିସ ଉକ୍ତ ପିକଅପ ଟିକୁ ଜବତ କରିବା ସହିତ ଗାଡି କୋଉଠୁ କୁଆଡେ ଯାଉଥିଲା ତାହାର ତଦନ୍ତ ଚଳାଇଛି, ଉକ୍ତ ବୋଲେରୋ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବଜରଙ୍ଗ ଦଳର କର୍ମୀ ମାନେ ଉଦ୍ଧାର କରିଥିବା ଗୋରୁ ଗୁଡିକୁ ଗୋଶାଳା କୁ ପଠେଇବା ପାଇଁ ବନ୍ଦୋବସ୍ତ କରିଥିଲେ l ଖବର ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଏଥିରେ କୌଣସିତତ୍ପରତା ଦେଖାଇ ନଥିବା ଜଣାଯାଇଛି l


