“ଆହ୍ୱାନ” ପକ୍ଷରୁ ଗାୟକ ଭୂଷଣ ଗୋପବନ୍ଧୁ ନାଥଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ନିକଟସ୍ଥ ବଳିରାଜଗ୍ରାମର “ଆହ୍ୱାନ”କାର୍ଯ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଅବସରରେ ଆଇନଜୀବି ରମଣୀରଞ୍ଜନ ରାଉତରାୟ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଆଜି ଦେଶ ସଙ୍କଟଜନକ ସମୟ ଦେଇ ଗତି କରୁଛି । କରୋନା ମହାମାରୀରୁ ମୁକୁଳିବା ପାଇଁ ସମସ୍ତ ଦେଶବାସୀ ନିଜ ଉପରକୁ ଦାୟୀତ୍ୱ ନେବାକୁ ଆହ୍ୱାନ ଦେଇଥିଲେ । ଏହାପରେ ଯୁବଛାତ୍ରମାନେ ଗ୍ରାମ ସଫେଇ କରିଥିଲେ । କେନ୍ଦ୍ରାପଡାର ଗର୍ବ ଓ ଗୈାରବ ସୁସାହିତ୍ୟିକ ଗାୟକ ଭୂଷଣ ଗୋପବନ୍ଧୁ ନାଥଙ୍କ ୮୬ତମ ଜନ୍ମ ଦିବସ ଅବସରରେ ସିଦ୍ଧ ମରିଚାଣୀ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଅଜୟ କୁମାର ସାମଲ ମୁଖ୍ୟବକ୍ତା,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ସମାଜସେବୀ ଧିରେନ୍ଦ୍ର କୁମାର ଦାସ,ଆଇନଜୀବି ପ୍ରଦୀପ କୁମାର ଦାଶ,ଶିକ୍ଷକ ଫକିର ଚରଣ ଓଝା,କିଶୋର ନ୍ୟାୟ ବୋର୍ଡର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା,ନାରୀନେତ୍ରୀ କାନ୍ତିପ୍ରଭା ନାୟକ,ବିଶିଷ୍ଟ ଶ୍ରମିକ ନେତା ଆଦିକନ୍ଦ ରାଉଳ, ଅକ୍ଷୟ କୁମାର ବେହେରା,ଶସ୍ମିତା ବେହେରା,ମାନିନୀ ମଳିକ,ସସ୍ମିତା ବାରିିକ,ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ଗାୟକ ଭୂଷଣ ଶ୍ରୀ ନାଥଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ