ଧରମଡିହି-ରାଖାସାହି ରାସ୍ତାରେ ଧାନ ରୋଇ ପ୍ରତିବାଦ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ତିରିଂ’ ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମପଞ୍ଚାୟତ ଧରମଡିହି ଗ୍ରାମ ଜାହେରା ନିକଟରୁ ରାଖାସାହି ଗ୍ରାମକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାରେ ଧାନ ରୋଇ ଉଭୟ ଗ୍ରାମବାସୀ ମିଳିତ ପ୍ରତିବାଦ କରିଥିଲେ।ତେବେ ଉକ୍ତ ଘଟଣା ବିଷୟରେ ଅବଗତ ହେବା ପରେ ତିରିଂ’ ବ୍ଲକ ୨୧’ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା ଗ୍ରାମରେ ପହଞ୍ଚି ଉକ୍ତ ରାସ୍ତାଟିର ପରିଦର୍ଶନ କରିବା ସହିତ ଗ୍ରାମବାସୀ’ଙ୍କ ସହ ଆଲୋଚନା କରିଥିଲେ।ପରେ ଜିଲ୍ଲାପରିଷଦ ଶ୍ରୀ ମୁଣ୍ଡା ତିରିଂ’ ବ୍ଲକ ବିଡିଓ’ଙ୍କୁ ସାକ୍ଷାତ କରି ଉକ୍ତ ସମସ୍ୟା ପ୍ରତି ଅବଗତ କରିବା ସହିତ ରାସ୍ତା ମରାମତି କରାଯାଇ ଉକ୍ତ ସମସ୍ୟାର ସମାଧାନ କରାଯିବା ବିଷୟରେ ବାର୍ତ୍ତାଳାପ କରିଥିଲେ।ତେବେ ଶେଷରେ ଜିଲ୍ଲାପରିଷଦ ପାଣ୍ଠି ଓ ସ୍ଥାନୀୟ ସରପଞ୍ଚ’ଙ୍କ ପାଣ୍ଠିରୁ ଉକ୍ତ ଧରମଡିହି ଗ୍ରାମ୍ୟ ଜାହେରା ନିକଟରୁ ରାଖାସାହି ପର‌୍ୟ୍ୟନ୍ତ କଚ୍ଚା ରାସ୍ତାଟିର ମରାମତି କରାଯିବାର ନିଷ୍ପତ୍ତି ନିଆଯାଇଥିଲା।ତେବେ ଜିଲ୍ଲାପରିଷଦ ସଦସ୍ୟ ପରେଶ ମୁଣ୍ଡା ଓ ରେଙ୍ଗାଳବେଡା ସରପଞ୍ଚ ସଲମା ବେଶ୍ରା ଜିଲ୍ଲାପରିଷଦ ପାଣ୍ଠି ଓ ସରପଞ୍ଚ’ଙ୍କ ପାଣ୍ଠିରୁ ଉକ୍ତ ରାସ୍ତାଟିର ଯଥାଶୀଘ୍ର ମରାମତି କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ