ବିପିସି ତଦାରଖରେ ଚାଲିଛି ଚାଷୀ ଅନ୍‌ଲାଇନ୍ ପ୍ରକ୍ରିୟା

ବନ୍ତ, (ଚାନ୍ଦିନୀ ମହାନ୍ତି):ଆସନ୍ତା ୨୦୨୦-୨୧ ଖରିଫ ବର୍ଷ ପାଇଁ ନୂତନ ଚାଷୀ ପଞ୍ଜୀକରଣ ଓ ଗତବର୍ଷ ପଞ୍ଜୀକରଣ କରିଥିବା ଚାଷୀ ମାନଙ୍କର ନବୀକରଣ ପ୍ରକ୍ରିୟା ଏବେ ବନ୍ତ ବ୍ଲକର ୧୦ଟି ସେବା ସମବାୟ ସମିତି ଓ ୪ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପକ୍ଷରୁ ଚାଲିଛି । ଏହି ପ୍ରକ୍ରିୟା ଅଗଷ୍ଟ ୩୧ ସୁଦ୍ଧା ଚାଲିବ ବୋଲି ଜଣାଯାଇଛି । ଏପରିପେକ୍ଷୀରେ ରାମଚନ୍ଦ୍ରପୁର ପଞ୍ଚାୟତର ରାମେଶ୍ୱର ଜି.ପି.ଏଲ୍‌.ଏଫର ସଭାନେତ୍ରୀ କୁନ୍ତଳା ଯେନା, ସଂପାଦିକା ଉଷାରାଣୀ ବେହେରା, ଛୟାଳସିଂ ପଞ୍ଚାୟତର ମହାଲକ୍ଷ୍ମୀ ଜି.ପି.ଏଲ୍‌.ଏଫର ସଭାନେତ୍ରୀ ଅନିମା ଘଡାଇ, ସଂପାଦିକା ସବିତା ମହାନ୍ତି, ରାମପୁର ପଞ୍ଚାୟତର ଲୋପାମୁଦ୍ରା ଜି.ପି.ଏଲ୍‌.ଏଫର ସଭାନେତ୍ରୀ ରୀନା ମହାନ୍ତି, ସଂପାଦିକା ଉନ୍ନତିବାଳା ଦାସ, ରାମକୃଷ୍ଣପୁର ଜି.ପି.ଏଲ୍‌.ଏଫର ସଭାନେତ୍ରୀ ରଜନୀଗନ୍ଧା ବେହେରା, ସଂପାଦିକା ସରିତା ମହାନ୍ତି ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ସୂଚାରୁରୂପେ ସଂପାଦନ କରୁଛନ୍ତି । ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଚିରଞ୍ଜୀବ୍ ଦାସ ୪ଟି ଜି.ପି.ଏଲ୍‌.ଏଫକୁ ତଦାରଖ କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ